ଏସ୍‌ଆଇ ପରୀକ୍ଷା ସ୍କାମ,ବ୍ରହ୍ମପୁରରେ ପହଁଚିଲା ସିବିଆଇ ଟିମ

ଏସ୍‌ଆଇ ପରୀକ୍ଷା ସ୍କାମ,ବ୍ରହ୍ମପୁରରେ ପହଁଚିଲା ସିବିଆଇ ଟିମ

ବ୍ରହ୍ମପୁର : ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି । ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌ । ଶନିବାର ଦିନ ସିବିଆଇ ତଦନ୍ତକାରୀ ଦଳ ମାମଲା ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିଥିଲେ । ପୂର୍ବରୁ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । ଦୁର୍ନୀତିରେ ସଂପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବେ ବୋଲି ଜଣାପଡିଛି । ତଦନ୍ତ ପାଇଁ ଜଣେ ଡିଏସପିଙ୍କ ନେତୃତ୍ବରେ ଟିମ୍ ଗଠନ ହୋଇଛି । ସିବିଆଇ ଆଣ୍ଟି କରପସନ ବ୍ୟୁରୋ – ACB ର ଅତିରିକ୍ତ ଏସପି ବି. ସାମଲ ଏହାର ତଦାରଖ କରିବେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସିବିଆଇକୁ ଏଫଆଇଆର କପି ହସ୍ତାନ୍ତର ହୋଇ ସାରିଛି ।  

Read More ଜନ୍ମଦିନ ପାର୍ଟିରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା

 ଆଗାମୀ ଦିନରେ କେଉଁମାନଙ୍କୁ ଜେରା ପାଇଁ ଡକାଯିବ । ଏନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି ।  ୭ ଜଣ ଦଲାଲଙ୍କୁ ଜେରା କରିବାକୁ ସିବିଆଇ ପୂର୍ବରୁ ଯୋଜନା ରଖିଥିଲା। ଏବେ ମାମଲାରେ ମୂଳରୁ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ । ତେଣୁ କିଛି ଗିରଫ ଆଶାୟୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଯୋଜନା କରୁଛି ସିବିଆଇ। ତେଣୁ ଆଗାମୀ ଦିନରେ ୧୨ ଜଣ ଆଶାୟୀଙ୍କୁ ଜେରା ପାଇଁ ଡକାଯିବ ବୋଲି ସୂଚନା ମିଳିଛି । ଆଶାୟୀମାନେ ଯାଉଥିବା ବସ୍‌କୁ ପିଛା କରି ଆନ୍ଧ୍ରପ୍ରଦେଶ ଯାଇଥିବା ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରିପାରେ । 

Read More ଆଜି ଜୟ ଢୋଲକିଆଙ୍କ ଶପଥ ଗ୍ରହଣ

ସେହିପରି ସିଲିକନ ଟେକ ଲ୍ୟାବର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟର ନିର୍ଦ୍ଦେଶକ ତଥା ମାଷ୍ଚରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅନ୍ୟତମ କାର୍ପଟଦାର ମୁନା ମହାନ୍ତି ସହ ମୋଟ ୭ଜଣଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିପାରେ। ଏହି ମହା ଦୁର୍ନୀତିରେ ୧,୦୦୦ କୋଟି ଟଙ୍କାର କାରବାର ହୋଇଥିବା କୁହାଯାଉଛି ।

Read More ପ୍ରେସ୍‌ ଦିବସର ଅନୁଚିନ୍ତା

 

Tags: