ଏସ୍ଆଇ ପରୀକ୍ଷା ସ୍କାମ,୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଏସ୍ଆଇ ପରୀକ୍ଷା ସ୍କାମ,୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ
Samaya Live News Picture
Published On

ଭୁବନେଶ୍ୱର : ପୋଲିସ ଏସ୍ଆଇ ପରୀକ୍ଷା ସ୍କାମ। ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ ।ଶଙ୍କର, ସୁରେଶ ଓ ସାଗରଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟ କୁ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ୩ ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା। ଏହି ୩ ଅଭିଯୁକ୍ତ ଏସ୍ଆଇ ଅନିୟମିତତାର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛି ସିବିଆଇ । 

ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ CBI ଯୋଜନା କରିଛି । ସେହିଭଳି ଅନ୍ୟ ଦଲାଲଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଶଙ୍କର ଲାଗି ଅଡୁଆ ବଢ଼ିବା ସହ ସେ ପେସାଦାର ଅପରାଧୀ ବୋଲି ସିବିଆଇ ଅଦାଲତରେ ଦର୍ଶାଇଛି। ଏହି ଗୋଟିଏ ପରୀକ୍ଷା ନୁହେଁ, ପୂର୍ବରୁ ହୋଇଥିବା ଏକାଧିକ ପରୀକ୍ଷାରେ ଶଙ୍କରର ଭୂମିକା ରହିଥିବା ଜଣାପଡ଼ିଛି। 

 ଶଙ୍କର ଲିଙ୍କରେ ଥିବା କିମ୍ବା ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ହାଜର ହେବା ଲାଗି ସିବିଆଇ ସମନ କରିଛି। ଶଙ୍କର ସହ ସେମାନଙ୍କ ମୁହାଁମୁହିଁ ଜେରା କରାଯିବ। ଏଥିସହ ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ CBI । 

Tags: