ଏସଆଇ ପରୀକ୍ଷା ମହାଦୁର୍ନୀତି ,ସିବିଆଇରେ ହଜାର ହେଲେ ଅଶ୍ୱିନୀ ପାତ୍ର
By: Samaya Live News
ଭୁବନେଶ୍ୱର : ପୋଲିସ ଏଏସଆଇ ନିଯୁକ୍ତି ପରୀକ୍ଷା ମହାଦୁର୍ନୀତି ଘଟଣାରେ ତନାଘନା କରୁଛି ସିବିଆଇ । ଆଜି ସମନ ପାଇବା ପରେ ସିବିଆଇରେ ହାଜର ହୋଇଛନ୍ତି ଅଶ୍ୱିନୀ ପାତ୍ର । ଅଶ୍ୱିନୀ ପାତ୍ରଙ୍କୁ ସିବିଆଇର ସ୍ୱତନ୍ତ୍ର ଟିମ୍ ଜେରା କରୁଛି । ପରୀକ୍ଷା କେଳେଙ୍କାରୀ ଘଟଣାରେ ଦିଘା ମୋଡ୍ୟୁଲ ଦଲାଲ ବିରଞ୍ଚି ନାୟକ ଲିଙ୍କରେ ଥିଲା ଅଶ୍ୱିନୀ ପାତ୍ର I ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ ଡିଲ୍ ହୋଇଥିଲା I
Read More ଘର ଭିତରେ ନିଆଁରେ ଜଳିଯାଇ ଛାତ୍ରୀ ଗୁରୁତର
ସେପଟେ, ଦଲାଲ ବିରଞ୍ଚିର ସହଯୋଗୀ ନିମାଇଁ ଓ ଅର୍ଜୁନ ସହ ଅଶ୍ବିନୀ ପାତ୍ରକୁ ସାମ୍ନାସାମ୍ନି ଜେରା କରୁଛି ସିବିଆଇ । ତେବେ ପ୍ରଶ୍ନପତ୍ର ତିଆରି ଓ ପ୍ରସ୍ତୁତି ବାବଦରେ କ’ଣ ଜାଣିଛନ୍ତି ଅଶ୍ୱିନୀ ସେନେଇ ଜେରା ଆରମ୍ଭ କରିଛି ସିବିଆଇ ।
Tags:


