ପ୍ରଫେସର ଶ୍ରୀପଦ କମଲକର ହେବେ ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭୁବନେଶ୍ୱର ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ ଭାବେ ପ୍ରଫେସର ଶ୍ରୀପଦ କମଲକରଙ୍କ ନାମ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ସମସ୍ତ ଆଇଆଇଟି ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ପାଇପାରିବେ । ସେହିପରି ରାଷ୍ଟ୍ରପତି ଆଇଆଇଟି ପାଲMଡ ପାଇଁ ପ୍ରଫେସର ଏ ସେଶାଦ୍ରି ଶେଖରଙ୍କୁ ନିର୍ଦ୍ଦେଶକ ଭାବରେ ନିଯୁକ୍ତ […]

Samaya Live Picture
Published On

ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭୁବନେଶ୍ୱର ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ ଭାବେ ପ୍ରଫେସର ଶ୍ରୀପଦ କମଲକରଙ୍କ ନାମ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ସମସ୍ତ ଆଇଆଇଟି ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ପାଇପାରିବେ ।
ସେହିପରି ରାଷ୍ଟ୍ରପତି ଆଇଆଇଟି ପାଲMଡ ପାଇଁ ପ୍ରଫେସର ଏ ସେଶାଦ୍ରି ଶେଖରଙ୍କୁ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିବାବେଳେ ପ୍ରଫେସର କେ.ଏନ୍‌ ସତ୍ୟନାରାୟଣଙ୍କୁ ଆଇଆଇଟି ତିରୁପତିର ନିର୍ଦ୍ଦେଶକ, ପ୍ରଫେସର ଭେଙ୍କªା ଆର ଦେଶାଇଙ୍କୁ ଆଇଆଇଟି ଧରୱାଡର ନିର୍ଦ୍ଦେଶକ, ପ୍ରଫେସର ରାଜୀବ ପ୍ରକାଶଙ୍କୁ ଆଇଆଇଟି ଭିଲାଇ ପାଇଁ ନିର୍ଦ୍ଦେଶକ ଏବଂ ପ୍ରଫେସର ରଜତ ମୁନା ଆଇଆଇଟି ଗାନ୍ଧିନଗରର ନୂତନ ନିର୍ଦ୍ଦେଶକ ହେବେ ।
ଭାରତର ରାଷ୍ଟ୍ରପତି ହେଉଛନ୍ତି ଦେଶର ସମସ୍ତ ଆଇଆଇଟି ଅନୁଷ୍ଠାନର ପରିଦର୍ଶକ । ଏଣୁ ସେ ଆଇଆଇଟିର ନିର୍ଦ୍ଦେଶକ ନିଯୁକ୍ତ କରିବାର ଅଧିକାର ରହିଛି ।