ଥମୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

ପୁରୀ: ମଇ ୧୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ବିବାଦ । ବିବାଦ ଘେରରେ ପୁଣି ସାମ୍ନାକୁ ଆସିଛି ନୂଆ ବିବାଦ । ଜିପିଆର ସର୍ଭେ ନକରି କେମିତି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କାମ କରାଯାଉଛି ତାକୁ ନେଇ ବିବାଦ ଦେଖାଦେଇଛି । ସୂଚନା ଅନୁସାରେ, ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ ହେଉଛି ଜିପିଆର । ଏହା ଦ୍ୱାରା ଯେଉଁ ଐତିହ୍ୟ ସ୍ଥଳକୁ ଖନନ କରାଯାଉଛି ସେହି ମାଟି ତଳେ କଣ ଅବଶେଷ ବା କୀର୍ତ୍ତିରାଜି ରହିଛି […]

Samaya Live Picture
Published On

ପୁରୀ: ମଇ ୧୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ବିବାଦ । ବିବାଦ ଘେରରେ ପୁଣି ସାମ୍ନାକୁ ଆସିଛି ନୂଆ ବିବାଦ । ଜିପିଆର ସର୍ଭେ ନକରି କେମିତି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କାମ କରାଯାଉଛି ତାକୁ ନେଇ ବିବାଦ ଦେଖାଦେଇଛି । ସୂଚନା ଅନୁସାରେ, ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ ହେଉଛି ଜିପିଆର । ଏହା ଦ୍ୱାରା ଯେଉଁ ଐତିହ୍ୟ ସ୍ଥଳକୁ ଖନନ କରାଯାଉଛି ସେହି ମାଟି ତଳେ କଣ ଅବଶେଷ ବା କୀର୍ତ୍ତିରାଜି ରହିଛି କି ନାହିଁ ଏହି ଜିପିଆର୍‌ ସର୍ଭେ କରିବା ଦ୍ୱାରା ଜଣାପଡିଥାଏ । ଯାହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କରାଯାଇନାହିଁ । ଜିପିଆର କେବଳ ଅଭିଜ୍ଞ ସମ୍ପନ୍ନ ସଂସ୍ଥା ହିଁ କରିପାରିବ । ତେଣୁ ଏଠି ପ୍ରଶ୍ନ ଉଠିଛି କିପରି ଜିପିଆର ନକରି ଶ୍ରୀମନ୍ଦିର ଚତୁପାଶ୍ୱର୍ର୍ରେ କାମ ହେଉଛି । ଅନ୍ୟପକ୍ଷେ, ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲïିଂ ର୍ନିମାଣକୁ ନେଇ ବିବାଦ ଦେଖାଦେଇଛି । ୨୦୦ ମିଟର ପରିଧି ଭିତରେ ର୍ନିମାଣ କାମ ଚାଲୁଥିବାରୁ ଏନେଇ ଏନେଇ ଆପତ୍ତି ଜଣାଇଛନ୍ତି । ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍‌ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।