ଶ୍ରୀମନ୍ଦିର ନାଟ ମଣ୍ଡପ ହେଲା ଶୀତତାପ ନିୟନ୍ତ୍ରିତ

ଶ୍ରୀମନ୍ଦିର ନାଟ ମଣ୍ଡପ ହେଲା ଶୀତତାପ ନିୟନ୍ତ୍ରିତ
Samaya Live News Picture
Published On

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଏଣିକି ଶୃଙ୍ଖଳିତ ହେବ ମହାପ୍ରଭୁଙ୍କ ଦର୍ଶନ । ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ପାଇବେ ଶ୍ରଦ୍ଧାଳୁ । ଗତ ଏକ ମାସ ଧରି ନାଟ ମଣ୍ଡପକୁ ବତନୁକୂଳିତ କରିବା ପରୀକ୍ଷାମୂଳକ ଭାବେ ଏସି ବ୍ୟବସ୍ଥା କରାଯାଇଥିଲା । ଗତକାଲି ଠାରୁ ଏହାକୁ ସ୍ଥାୟୀ ଭାବରେ ଶୀତତାପ ନିୟନ୍ତ୍ରିତ କାର୍ଯ୍ୟକାରୀ କରାଯାଇଛି ।

ପ୍ରବଳ ଗୁଳୁଗୁଳି ଯୋଗୁଁ ଅନେକ ସମୟରେ ଭକ୍ତମାନେ ଅଣନିଃଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡୁଥିବାବେଳେ ଅନେକ ଭକ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ ବାନ୍ତି କରିଦିଅନ୍ତି। ଏହାଦ୍ବାରା ଅନେକ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ASIର ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ।

ସେପଟେ, ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଗଲେ ଭକ୍ତମାନେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେ ବୋଲି ଭକ୍ତମାନେ କହିଛନ୍ତି । ଏଣୁ ସରକାର ଯଥାଶୀଘ୍ର ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭକ୍ତ ଅନୁରୋଧ କହିଛନ୍ତି ।

Tags: