ଭୁବନେଶ୍ୱରରେ ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରବଣା ବିବେକ ଏମ

ଭୁବନେଶ୍ୱରରେ ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରବଣା ବିବେକ ଏମ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରବଣା ବିବେକ ଏମ । ୨୦୧୫ ବ୍ୟାଚ୍ ଓଡ଼ିଶା କ୍ୟାଡରର ଜଣେ ଦକ୍ଷ ଆଇପିଏସ୍ ଅଫିସର ହେଉଛନ୍ତି ଡକ୍ଟର ସର୍ବଣା ବିବେକ ଏମ୍ । ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ୱ ନେବା ପୂର୍ବରୁ ସେ ବ୍ରହ୍ମପୁରର ଏସପି (SP) ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ୨୦୧୩ ବ୍ୟାଚ୍‌ର ଆଇପିଏସ ଅଫିସର ଜଗମୋହନ ମୀନା ଭୁବନେଶ୍ୱର ଡିସିପି ଭାବେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଡ.ସର୍ବଣାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । 

ସୂଚନାଯୋଗ୍ୟ, ଆଇପିଏସ୍ ସ୍ତରରେ ମଙ୍ଗଳବାର ଏକ ଛୋଟଧରଣର ଅଦଳ ବଦଳ କରାଯାଇଥିଲା। ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟରତ ଡ.ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂତନ ନିଯୁକ୍ତି ଦିଆଯାଇଥିଲା । ପୂର୍ବରୁ ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି ।

 

Tags: