୧୦ ଜାନୁଆରୀରୁ ଶିଶିର ସରସ ମେଳା ଆରମ୍ଭ
By: Samaya Live News
ଭୁବନେଶ୍ଵର: ଆସନ୍ତା ୧୦ ଜାନୁଆରୀରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬ । ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ସୂଚନା ଦେଇଛନ୍ତି । ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ। ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଚଳିତ ଥର ମେଳାରେ ମୋଟ ୩୪୦ ଟି ଷ୍ଟଲ ଖୋଲାଯିବ । ୩୫ ଟି ଖାଦ୍ୟ ଷ୍ଟଲ ଲାଗିବ । ୨୦ଟି ରାଜ୍ୟରୁ କାରିଗର, ଉଦ୍ୟୋଗୀ ଏହି ମେଳାରେ ସାମିଲ ହେବେ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ । ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ । ମେଳା ଅବସରରେ ୬ଟି କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଚଳିତବର୍ଷ ଏହି ମେଳାରେ ୩୦ କୋଟି ବ୍ୟବସାୟର ଲକ୍ଷ୍ୟ ରଖାଯାଇଥିବା ସମ୍ମିଳନୀରେ ସୂଚନା ଦିଆଯାଇଛି ।
Tags:



