ଧାନ କ୍ରୟ ପ୍ରକ୍ରିୟା ରୁ SHG ଙ୍କୁ ବାଦ

ଧାନ କ୍ରୟ ପ୍ରକ୍ରିୟା ରୁ SHG ଙ୍କୁ ବାଦ
Samaya Live News Picture
Published On

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାରୁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଙ୍କୁ ବାଦ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଅନ୍ୟ କେତେକ ଜିଲ୍ଲାରେ SHG ଙ୍କୁ ବାଦ ଦିଆଯାଇଥିଲା । ତେବେ SHG ଙ୍କୁ ପ୍ୟାକ୍ସ ,ଲାଂପ୍ସ,ଓ ପାଣି ପଂଚାୟତ ବିଭାଗରେ ସାମିଲ କରାଯିବ ବୋଲି ସୂଚନା ମିଳିଛି । ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ରାଜ୍ୟର କୌଣସି ଜିଲ୍ଲାରେ ମଧ୍ୟ SHG ମାନଙ୍କୁ ଧାନ କ୍ରୟ ପ୍ରକ୍ରିୟାରେ ସମ୍ପୃକ୍ତ କରାଯିବ ନାହିଁ । ଏହି ନିଷ୍ପତ୍ତିକୁ ସମଗ୍ର ରାଜ୍ୟରେ ଲାଗୁ କରାଯାଇଛି । ୨୦୨୫-୨୬ ରବି ଧାନ କ୍ରୟ ଋତୁରେ SHG ମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଧାନ କ୍ରୟ ବ୍ୟବସ୍ଥାରେ କିପରି ପରିବର୍ତ୍ତନ ଆସୁଛି ଏବଂ ଏହାର ପ୍ରଭାବ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ କିପରି ପଡ଼ିବ, ତାହାକୁ ନେଇ ବିଭିନ୍ନ ମହଳରେ ଆଲୋଚନା ଆରମ୍ଭ ହୋଇଛି । ସେପଟେ,ଖରିଫ ଧାନ କିଣା ପ୍ରକ୍ରିୟା ନିମନ୍ତେ ଆସନ୍ତା ୨୨ ତାରିଖରୁ ପଞ୍ଜୀକରଣ ହେବାକୁ ଯାଉଛି  । 

Tags: