ଶଶୀ ସାହୁ ବିଜେଡିରୁ ନିଲମ୍ବିତ
By: Samaya Live News
ଭୁବନେଶ୍ୱର : ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡିରୁ ପୁଣି ଜଣେ ନିଲମ୍ବିତ । ସିମୁଳିଆର ଶଶୀ କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିଥିଲା । ଗତ କିଛିଦିନ ତଳେ ଶଶୀଙ୍କର ଏକ ଅଡିଓ ଭାଇରାଲ ହୋଇଥିଲା । ଦଳୀୟ କାର୍ଯ୍ୟାଳୟରୁ ଏକ ପ୍ରେସ ବିବୃତିରେ ଏନେଇ ସୂଚନା ଦେଇଛନ୍ତି ଦଳର ଉପସଭାପତି ପ୍ରତାପ ଜେନା ।
ସମ୍ବନ୍ଧିତ ଖବର ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ
ଗତ କିଛି ଦିନ ହେଲା ବାଲେଶ୍ବର ବିଜେଡିରେ କନ୍ଦଳ ଲାଗି ରହିଛି । ଶଶୀ ସାହୁ ଏବଂ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ମଧ୍ୟରେ କନ୍ଦଳ ଖବର ସାମ୍ନାକୁ ଆସିଥିଲା । ଏହି କାରଣରୁ ଜିଲା ସଭାପତି ଚୟନ ହୋଇପାରୁନଥିବା ଚର୍ଚ୍ଚା ହୋଇଥିଲା ।
ସମ୍ବନ୍ଧିତ ଖବର ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ
ଏହା କିଛି ଦିନ ପୂର୍ବରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ସସପେଣ୍ଡ କରିଥିଲା ବିଜେଡି । ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସସପେଣ୍ଡ କରାଯାଇଥିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ।
Tags:



