ଆଦିବାସୀ ଆଧ୍ୟୁଷିତ ଜିଲ୍ଲାରେ ହେବ ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାଳୟ

ଆଦିବାସୀ ଆଧ୍ୟୁଷିତ ଜିଲ୍ଲାରେ ହେବ ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାଳୟ
Samaya Live News Picture
Published On

ଭୁବନେଶ୍ୱର : ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ ଶହିଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ। ଆଦିବାସୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଏହା ନିର୍ମାଣ ହେବ। ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ବଡ଼ ଯୋଜନା ଆଣିବାକୁ ସରକାର ମାନସ ମନ୍ଥନ ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜନଜାତି ଉନ୍ନୟନ ପରିଷଦ ଜିଲାରେ ନିର୍ମାଣ ହେବ। ଏଥିପାଇଁ ୧୦୦ କୋଟିର ବ୍ୟୟ ବରାଦ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା କହିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ପଦକ୍ଷେପ ବାସ୍ତବରେ ଉତ୍ତମ, ଯାହା ଆଦିବାସୀ ବହୁଳ ଜିଲାରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ବିଶେଷ ସହାୟକ ହେବ ।

ଆଦିବାସୀ ସମାଜର ମଉଡମଣି ଥିଲେ ଅମର ସହିଦ ଲକ୍ଷ୍ମଣ ନାୟକ। ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ମାଲକାନଗିରି ତାଲୁକର କୋଲାବ ନଦୀକୂଳରେ ତେନ୍ତୁଳିଗୁମ୍ମା ଗ୍ରାମରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖ ଦିନ ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆଦିବାସୀଙ୍କ ଅବସ୍ଥାର କିପରି ଉନ୍ନତି ହୋଇପାରିବ,ସେଥିପାଇଁ ସୁବିଧା ସୁଯୋଗ ଅପେକ୍ଷାରେ ସେ ସବୁବେଳେ ରହିଥାନ୍ତି ।

Tags: