ଜେଲ ଡିଜି ସୁଶାନ୍ତ ନାଥ ଙ୍କା ନାଁ ରେ ଯୌନ ନିର୍ଯ୍ୟାତନା ଅଭିଯୋଗ
ଭୁବନେଶ୍ୱର : ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥଙ୍କ ବଢ଼ିଲା ଅଡୁଆ ଇ ତାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଚୌଦ୍ୱାର ଜେଲ ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଇ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ଥିବା ନେଇ ସୁଶାନ୍ତ ନାଥଙ୍କ ନାଁରେ କଟକର ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତ ସନ୍ତୋଷିନୀ ଦାଶ ! ମାମଲା ରୁଜୁ ପରେ ସୁଶାନ୍ତ ନାଥଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର ।
ସୂଚନାନୁସାରେ, ଚୌଦ୍ୱାର ଜେଲ ର ପୂର୍ବତନ ମହିଳା ଜେଲର ସନ୍ତୋଷିନୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତ ନାଥ ତାଙ୍କ ବନ୍ଧୁ କୁଲଦୀପ ରଥଙ୍କ ମାଧ୍ୟମରେ ତାଙ୍କୁ କଟକର ବିଭିନ୍ନ ହୋଟେଲରେ ଏକାକୀ ଭେଟିବା ଓ ରାତ୍ରିଭୋଜନ ପାଇଁ ଅନୁଚିତ ପ୍ରସ୍ତାବ ପଠାଉଥିଲେ। ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ହଇରାଣ ହେବାକୁ ପଡ଼ିଥିଲା ଏବଂ କ୍ୟାରିୟର ଶେଷ କରିଦେବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳିଥିଲା । ଏନେଇ ଅକ୍ଟୋବର ୩୧ ତାରିଖରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ତୁରନ୍ତ ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି ।
ସନ୍ତୋଷିନୀଙ୍କ ଅଭିଯୋଗ ମୁତାବକ ତାଙ୍କୁ ଚାକିରିରୁ ବହିଷ୍କାର ଓ ଶାରୀରିକ କ୍ଷତି ପହଞ୍ଚାଇବାର ଧମକ ମିଳିଥିବା ସେ ଏତଲାରେ ଦର୍ଶାଇଛନ୍ତି । ଏଥିସହ ନିଲମ୍ବନ, ଦରମା ଓ ଭତ୍ତା ବନ୍ଦ ଏବଂ ପାଞ୍ଚଟି ବିଭାଗୀୟ ତଦନ୍ତକୁ ମଧ୍ୟ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୫(୨) (ଯୌନ ନିର୍ଯ୍ୟାତନା), (୨) (ଅପରାଧିକ ଧମକ) ଏବଂ ୩(୫) (ସମାନ ଉଦ୍ଦେଶ୍ୟ) ଅନୁଯାୟୀ ତତ୍କାଳୀନ ଜେଲ ଡିଜି ସୁଶାନ୍ତ ନାଥ ଏବଂ ତାଙ୍କ ବନ୍ଧୁ କୁଲଦୀପ ରଥଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମାମଲା ରୁଜୁ ହେବା ପରେ ଏକ ନିରପେକ୍ଷ ତଦନ୍ତ ପାଇଁ ଓଡ଼ିଶା ସରକାର ୧୯୯୩ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥଙ୍କୁ ତୁରନ୍ତ ଜେଲ୍ ଡିଜି ପଦବୀରୁ ହଟାଇ ଗୃହ ବିଭାଗର ଓଏସଡି (OSD) ଭାବେ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି
ଗତ କିଛିମାସ ଧରି ବିବାଦରେ ରହିଥିଲା ଜେଲ ବିଭାଗ । ସେପଟେ ଓଡିଶା ଜେଲ ସୁରକ୍ଷାକୁ ନେଇ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିବା ସହ ଆସନ୍ତା ୩ ତାରିଖରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ତତ୍କାଳୀନ ଜେଲ ଡିଜି ହାଜର ପାଇଁ କମିଟି ନୋଟିସ କରିଛି ।




