ଗମ୍ଭୀର ହୋଇପାରେ ବନ୍ୟା ସ୍ଥିତି, ୪୮ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସନ୍ଧ୍ୟା ସୁଦ୍ଧା ସ୍ଥିତି ଅଧିକ ଗମ୍ଭୀର ହୋଇପାରେ । ଆଜି ସନ୍ଧ୍ୟାରେ ପିକ୍ ଫ୍ଲଡ୍ ହେବା ନେଇ ପ୍ରେସମିଟ୍ ଜରିଆରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଏହାର ପ୍ରଭାବ ବେଶି ଦେଖାଯିବ । ଏସ୍ଆରସି ଆହୁରୀ ମଧ୍ୟ କହିଛନ୍ତି, ହୀରାକୁଦରେ ଜଳସ୍ତର ବଢିଛି । ୩ଟା ବେଳେ ନିଷ୍ପତ୍ତି ନିଆଯିବ ଯେ […]
ଭୁବନେଶ୍ୱର: ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସନ୍ଧ୍ୟା ସୁଦ୍ଧା ସ୍ଥିତି ଅଧିକ ଗମ୍ଭୀର ହୋଇପାରେ । ଆଜି ସନ୍ଧ୍ୟାରେ ପିକ୍ ଫ୍ଲଡ୍ ହେବା ନେଇ ପ୍ରେସମିଟ୍ ଜରିଆରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଏହାର ପ୍ରଭାବ ବେଶି ଦେଖାଯିବ ।
ଏସ୍ଆରସି ଆହୁରୀ ମଧ୍ୟ କହିଛନ୍ତି, ହୀରାକୁଦରେ ଜଳସ୍ତର ବଢିଛି । ୩ଟା ବେଳେ ନିଷ୍ପତ୍ତି ନିଆଯିବ ଯେ କେତୋଟି ଗେଟ୍ ଖୋଲାଯିବ ଏବଂ କେତେ ପାଣି ନିଷ୍କାସିତ ହେବ । ପ୍ରଥମ ବନ୍ୟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତା ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସର୍ବାଧିକ ପାଣି ପାସ୍ କରିବାକୁ ଥିବାରୁ ଦନୀ ବନ୍ଧକୁ ଜଗିବାକୁ ପଡ଼ିବ ।
ନଦୀକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ମଧ୍ୟ ଏସଆରସି ଅନୁରୋଧ କରିଛନ୍ତି । ଯେହେତୁ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ବଢୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ତଳି ଅଞ୍ଚଳ ଓ ନଦୀକୂଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଛି ।
ଅନ୍ୟପଟରେ , ହୀରାକୁଦ ଜଳ ଧୀରେ ଧୀରେ ଫୁଲିବାରେ ଲାଗିଛି । ଡ୍ୟାମକୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି । ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬ ଫୁଟ୍ ଟପିଛି । ଏବେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି ।




