ଗଠନ ହେଲା ୭ ଜଣିଆ ମହାନଦୀ ଟ୍ରିବ୍ୟୁନାଲ କମିଟି

ଗଠନ ହେଲା ୭ ଜଣିଆ ମହାନଦୀ ଟ୍ରିବ୍ୟୁନାଲ କମିଟି

ଭୁବନେଶ୍ୱର : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଗଠନ ହେଲା ୭ ଜଣିଆ ଟ୍ରିବ୍ୟୁନାଲ କମିଟି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଥିଲେ । କମିଟିରେ ଉଭୟ ଶାସକ ଏବଂ ବିରୋଧୀ ଦଳର ୩ ଜଣ ମନ୍ତ୍ରୀ ଏବଂ ୩ ଜଣ ବିଧାୟକଙ୍କ ସହ ଶାସକ ଦଳର ମୁଖ୍ୟସଚେତକ ସାମିଲ ଅଛନ୍ତି । ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ।  କମିଟିରେ ସାମିଲ ଥିବା ସଦସ୍ୟ ମାନେ ହେଲେ : ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ,ସମ୍ପଦ ଚନ୍ଦ୍ର ସ୍ଵାଇଁ,ସରୋଜ କୁମାର ପ୍ରଧାନ,ନିରଂଜନ ପୂଜାରୀ,ଜୟନାରାୟଣ ମିଶ୍ର,ସୋଫିଆ ଫିର୍ଦୋସ୍ ।

ସମ୍ବନ୍ଧିତ ଖବର ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର

Tags: