CHSE +୨ ମାର୍କ ସିଟରେ ଗୁରୁତର ତ୍ରୁଟି, ୧୦୦ ରୁ ୧୦୨ ନମ୍ବର ରଖିଲେ ଛାତ୍ର

CHSE +୨ ମାର୍କ ସିଟରେ ଗୁରୁତର ତ୍ରୁଟି, ୧୦୦ ରୁ ୧୦୨ ନମ୍ବର ରଖିଲେ ଛାତ୍ର
Samaya Live News Picture
Published On

କଟକ :  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ମାର୍କ ସିଟ୍ରେ ଗୁରୁତର ତ୍ରୁଟି ସାମ୍ନା କୁ ଆସିଛି । ଇଂରାଜୀ ପରୀକ୍ଷାରେ ଛାତ୍ରଙ୍କୁ ୧୦୦ରୁ ମିଳିଛି ୧୦୨ମାର୍କ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ରେଭେନ୍ସା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ରଙ୍କୁ ମିଳିଛି ଏଭଳି ମାର୍କ । ଛାତ୍ର ଜଣଙ୍କ ଇଂରାଜୀ ଥିଓରୀରେ ୮୨ ମାର୍କ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ରେ ୨୦ ମାର୍କ ଦିଆଯାଇଛି ।

ଗତ ୨ୟ ତାରିଖରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ରେଭେନ୍ସା କଲେଜର ବିଜ୍ଞାନ ଛାତ୍ର ବିଶ୍ୱଜିତ ଓରାମ ସମୁଦାୟ ୩୬୦ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି  । ତେବେ ସେ ଇଂରାଜୀରେ ୮୨ ଓ ଇଣ୍ଟରନାଲରେ ୨୦ମାର୍କ ରଖିଛନ୍ତି । ଏହିପରି ଭାବେ ସେ ଇରାଜୀରେ ମୋଟ୍ ୧୦୨ମାର୍କ ରଖିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ଅକ୍ଷମଣୀୟ ଭୁଲକୁ ସ୍ବୀକାର କରିଛନ୍ତି । CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍ତି, ଏହା କମ୍ପ୍ୟୁଟର ଜନିତ ତ୍ରୁଟି । ଏ ନେଇ ସଂଶୋଧନ କରାଯିବ , ଏହା କେବଳ ଓଡିଶାରେ ଏକ ମାତ୍ର ଛାତ୍ର ଯାହାଙ୍କର ଏଭଳି ତ୍ରୁଟି ଦେଖାଯାଇଛି । ଏହାକୁ ସଂଶୋଧନ କରାଯାଇଛି । ଯାହା ୭ଦିନ ମଧ୍ୟରେ ସଠିକ ଭାବେ ଆସିବ । ଆମେ ଏ ନେଇ ସ୍କ୍ରିନିଂ କରିବୁ । ଅନଲାଇନ୍‌ରେ ମିଳିଥିବା ମାର୍କସିଟ୍‌ରେ ତ୍ରୁଟି ଥାଇପାରେ । ପ୍ରକୃତ ମାର୍କ ସିଟ୍‌ରେ ଠିକ୍ ହୋଇଯିବ । ଆମର ଅନଲାଇନ ମାର୍କିଂ ସଂଖ୍ୟା ୧୦୦କୁ ପ୍ରୋଗ୍ରାମିଂ କରାଯାଇଥିବାରୁ ତାହା ହୁଏତ ୮୨ ମାର୍କ ଲୋଡ୍ ହୋଇଯାଇଥିବା ବୋଲି କହିଛନ୍ତି ।

CHSEର ଷ୍ଟାଣ୍ଡିଂ ରୁଲ୍ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ପାସ୍ ପାଇଁ ୩ମାର୍କର ଗ୍ରେସ୍ ମାର୍କ ଦିଆଯାଇଥାଏ । ତେବେ ବିଶ୍ୱଜିତଙ୍କର କେମେଷ୍ଟ୍ରି ଓ ଫିଜିକ୍ସରେ ୩ମାର୍କ ଗ୍ରେସ୍ ଦିଆଯାଇଛି । ଏହା ସହିତ ଇଂରାଜୀରେ ଦିଆଯିଥିବା 3 ମାର୍କ ଗ୍ରେସ୍ ବଦଳାଯାଇ ଗଣିତରେ ଦିଆଯିବ ।

 

Tags: