ଏନଏଚ୍ ୨୬ରେ ସିରିଜ ଦୁର୍ଘଟଣା,୧୦ ଟି ଗାଡି ଚୁନା

ଏନଏଚ୍ ୨୬ରେ ସିରିଜ ଦୁର୍ଘଟଣା,୧୦ ଟି ଗାଡି ଚୁନା
Samaya Live News Picture
Published On

କୋରାପୁଟ  : ଏନଏଚ୍ ୨୬ରେ ସିରିଜ ଦୁର୍ଘଟଣା । ବ୍ରେକ୍ ଫେଲ ହେବାରୁ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ ଇ ଚାହୁଁ ଚାହୁଁ ୨ ଟି ଭ୍ୟାନ ସହ ୮ଟି ବାଇକ ଚୁନା ହୋଇଯାଇଛି । କୋରାପୁଟ ଜିଲ୍ଲା ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଆଇଚର ଟ୍ରକର ବ୍ରେକ ଫେଲ ହେବାରୁ ଟ୍ରକ ଆଗରେ ଯାଉଥିବା ଦୁଇଟି ଚାରି ଚକିଆ ପିକ୍ ଅପ୍ ଭ୍ୟାନ୍ ଗାଡ଼ିକୁ ଧକ୍କା ଦେବା ସହ ୮ଟି ବାଇକକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିଦ୍ୟୁତ୍ ପୋଲ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି । ଗାଡ଼ି ଧକ୍କାରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ କୋରାପୁଟ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

 

Tags: