ଭୁବନେଶ୍ୱର ରେ ସିରିଜ ଦୁର୍ଘଟଣା , ଏସ ୟୁ ଭି ଧକ୍କାରେ ୩ଗୁରୁତର

ଭୁବନେଶ୍ୱର ରେ ସିରିଜ ଦୁର୍ଘଟଣା , ଏସ ୟୁ ଭି ଧକ୍କାରେ ୩ଗୁରୁତର
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ନିଶାସକ୍ତ ଡ୍ରାଇଭରଙ୍କ ଊଂମ୍ମତ କାଣ୍ଡ । ସିରିଜ ଦୁର୍ଘଟଣାରେ ୩ଗୁରୁତର । ଆଜି ଭୋର୍‌ ସମୟରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣୀ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଏକ SUV  କାର ପ୍ରଥମେ ଦୁଇଟି କାର୍‌ ଏବଂ ପରେ ଦୁଇଟି ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା । SUV ଧକ୍କାରେ କାର ଦୁଇଟି ଚେପା ହୋଇଯାଇଥିବା ବେଳେ ବାଇକ ଦୁଇଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି  

ଦୁର୍ଘଟଣା ପରେ ଡ୍ରାଇଭର ଜଣକ ବସ୍‌ରେ ଚଢ଼ି ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନାର ୨ଟି ପିସିଆର୍‌, ପାହାଳ ଥାନାର ଗୋଟିଏ, ସହିଦନଗର ଥାନାର ଗୋଟିଏ ପିସିଆର୍‌ ଏବଂ ଗୋଟିଏ ହାଇ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଆହତଙ୍କୁ  ମେଡିକାଲ ପଠାଇଥିଲେ । ଘଟଣା ପରେ ମଞ୍ଚେଶ୍ୱର ଥାନା ପୁଲିସ୍‌ ସମସ୍ତ ଗାଡ଼ିକୁ ଥାନାକୁ ନେଇ ମାମଲା ରୁଜୁ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଗାଡ଼ିର ଗତି ସମ୍ପର୍କରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଗୁରୁତର ଆହତ ଜଣକ ଭଦ୍ରକ ଜିଲ୍ଲା ଆରଡ଼ି ଅଞ୍ଚଳର କମଳାକାନ୍ତ ପାଢ଼ୀ ବୋଲି ଜଣାପଡ଼ିଛି। ସେମାନେ ଜଗନ୍ନାଥ ଦର୍ଶନ ପାଇଁ ଆରଡ଼ିରୁ ପୁରୀ ଯିବାବେଳେ ପଳାଶୁଣୀ ଛକ ନିକଟରେ କାର୍‌ ରଖି ଚା ପିଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Tags: