ସିରିଜ ଦୁର୍ଘଟଣା ,୧ମୃତ ୪ ଗୁରୁତର

ସିରିଜ ଦୁର୍ଘଟଣା ,୧ମୃତ ୪ ଗୁରୁତର

ଭଦ୍ରକ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ, ୪ ଗୁରୁତର। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ତିଶଳପୁର ଛକ ନିକଟରେ ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟିହେଲେ ୩ଟି ଗାଡ଼ି । ଯାତ୍ରୀବାହି ବସ୍ -ଟ୍ରକ ଓ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଗତକାଲି ରାତି ପ୍ରାୟ ୨ଟା ବେଳେ ଗୋଟିଏ ଯାତ୍ରୀବାହି ବସ୍ କୋଲକାତାରୁ ଭୁବନେଶ୍ବର ଯାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ବସ୍ ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ପରେ ବସ୍ କୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ ।  

ସମ୍ବନ୍ଧିତ ଖବର ବିଜେପି କରୁଛି ଘୋଡା ବେପାର - ନବୀନ

ପରେ ସେହି ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା ଏକ ମଦ ବୋଝେଇ ପିକଅପ ଭ୍ୟାନ୍ । ଘଟଣାସ୍ଥଳରେ ପିକଅପ ଭ୍ୟାନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।  ମୃତକଙ୍କ ପରିଚୟ ମିଳିପାରିନାହିଁ। ୪ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେମାନଙ୍କ ମଧ୍ୟରୁ ଗୁରୁତର ୨ବାପ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଂଚି ତଦନ୍ତ କରିଛି ।

ସମ୍ବନ୍ଧିତ ଖବର ୧୫.୩.୨୦୨୬, ରବିବାର

Tags: