ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା

ପୁରୀ: ମଇ ୨୮: ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହୋଇଥିଲା ଆଲୋଚନା । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ ପ୍ରସଙ୍ଗ ଓ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ସବୁ ଅବ୍ୟବସ୍ଥିତ ନୀତିକୁ ସରକାର ଧରି ବସିଥିବା ନେଇ […]

Samaya Live Picture
Published On

ପୁରୀ: ମଇ ୨୮: ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହୋଇଥିଲା ଆଲୋଚନା । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ ପ୍ରସଙ୍ଗ ଓ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ସବୁ ଅବ୍ୟବସ୍ଥିତ ନୀତିକୁ ସରକାର ଧରି ବସିଥିବା ନେଇ ହୋଇଛି ଆଲୋଚନା । ସେପଟେ ପୁଣିଥରେ ମୁହଁ ଖୋଲିଛନ୍ତି ଜଗଦଗୁରୁ । ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ତାଙ୍କ ଠାରୁ ପରାମର୍ଶ ନେବାର ଆବଶ୍ୟକତା ଥିଲା ବୋଲି ସେ ପୁଣି ଦୋହରାଇଛନ୍ତି । ପରିକ୍ରମା ପ୍ରକଳ୍ପ ବିବାଦ ଘଟଣାରେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ବି କାମରେ ଏଏସଆଇ ସାମିଲ ହୋଇନାହିଁ । ଇଲେକଟ୍ରିକାଲ ଅଟ୍ଟାଳିକା ର୍ନିମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି କି;ୁ ଏଏସଆଇଙ୍କ ଦେଖା ନଥିବା ଜଣାପଡିଛି । ତେବେ ଓକିଲ କହିଛନ୍ତି ଭବିଷ୍ୟତରେ ହେବାକୁ ଥିବା କାମ ରାଜ୍ୟ ସରକାର ଏଏସ୍‌ଆଇ ସହଯୋଗରେ କରିବେ । କାମ ଚାଲିଥିବା ବେଳେ କୀର୍ତ୍ତିରାଜି ଯେପରି ଅକ୍ଷୂର୍ଣ୍ଣ ରହିବ, ସେଥିପ୍ରତି ଦୃଷ୍ଟି ଦିଆଯିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଏସ୍‌ଆଇ ନିର୍ମାଣସ୍ଥଳକୁ ଆସିନି । ଏନେଇ ପୁଣି ବିବାଦ ଦେଖାଦେଇଛି ।