ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ
Samaya Live News Picture
Published On

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ (SRA)ଭଞ୍ଜ କିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ଜଗତସିଂହପୁର ଜିଲ୍ଲାର ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି । କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଥିବା ମାମଲାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ଏହି ତଲାସି କରାଯାଉଛି । ଚଢ଼ଉବେଳେ ଦୁର୍ନୀତି କରିଥିବା କଥା ମାନିଛନ୍ତି SRA । ଭିଜିଲାନ୍ସ ଟିମ୍ ପାଟେଣିଗାଁରେ ଥିବା ତାଙ୍କର ପ୍ରାୟ ୭ ହଜାର ବର୍ଗଫୁଟର ଦୁଇ ମହଲା ଆବାସିକ କୋଠା, ପ୍ରାୟ ୪ ହଜାର ବର୍ଗଫୁଟର ଟେଣ୍ଟ ହାଉସ୍ ଏବଂ ପ୍ରାୟ ୩ ହଜାର ବର୍ଗଫୁଟର ଅନ୍ୟ ଏକ ଦୁଇ ମହଲା କୋଠାରେ ତଲାସି କରୁଛି ।

ସୂଚନାନୁସାରେ, ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟରତ ଥିବା ବେଳେ ଭଞ୍ଜକିଶୋରଙ୍କ ନାଁରେ ୨୦୧୮ରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ସେହି ସମୟରେ ସେ ୩କୋଟି ୨ଲକ୍ଷ ୯୫ ହଜାର ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଆଧାରରେ ଗତ ୧୨ ଅଗଷ୍ଟରେ ଭଞ୍ଜ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ବର୍ତ୍ତମାନ ଏନେଇ କାର୍ଯ୍ୟନୁଷ୍ଠାନ ଚାଲିଛି । ପାଟେଣିଗାଁରେ ଥିବା ତାଙ୍କର ପ୍ରାୟ ୭ ହଜାର ବର୍ଗଫୁଟର ଦୁଇ ମହଲା ଆବାସିକ କୋଠା, ପ୍ରାୟ ୪ ହଜାର ବର୍ଗଫୁଟର ଟେଣ୍ଟ ହାଉସ୍ ଏବଂ ପ୍ରାୟ ୩ ହଜାର ବର୍ଗଫୁଟର ଅନ୍ୟ ଏକ ଦୁଇ ମହଲା କୋଠାରେ ତଲାସି କରୁଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରି ନାହିଁ  । 

 

Tags: