ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
By: Samaya Live News
ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଓଡ଼ିଶାରୁ ଜଣେ ସାଂସଦ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ ।
୧୯୩୯ ମାର୍ଚ୍ଚ ୨ରେ କାହ୍ନୁ ଚରଣ ଲେଙ୍କାଙ୍କ ଜନ୍ମ । ପରବର୍ତ୍ତୀ ସମୟରେ ସେ ଓଡ଼ିଶାର କଂଗ୍ରେସ ଦଳରେ ଯୋଗଦେଇଥିଲେ । କାହ୍ନୁଚରଣ ଲେଙ୍କା ୧୯୮୮-୯୪ ମସିହା ଯାଏଁ କଂଗ୍ରେସ ଦଳରୁ ରାଜ୍ୟସଭା ସାଂସଦ ଥିଲେ ଏବଂ ପି. ଭି. ନରସିଂହ ରାଓଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ ଏହାସହ ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ବାର ବିଧାୟକ ରହିଥିଲେ । ସେ କଂଗ୍ରେସ ଦଳ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।ତାଙ୍କ ବିୟୋଗରେ ସମସ୍ତ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ସମ୍ବନ୍ଧିତ ଖବର କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର
ସମ୍ବନ୍ଧିତ ଖବର ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଧରି ବର୍ଷା
Tags:



