ଆତ୍ମ ସମର୍ପଣ କରିବେ ବରିଷ୍ଠ ନେତା ଏନ. ଭାସ୍କର ରାଓ
ଭୁବନେଶ୍ୱର : ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଆଜି ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ହେଉଛି ଆତ୍ମସମର୍ପଣ ପାଇଁ ଧାର୍ଯ୍ୟ ହୋଇଥିବା ଶେଷ ଦିନ ।
୨୦୧୦ ଡିସେମ୍ବର ୨୩ ତାରିଖରେ ପୂର୍ବତନ କାଉନସିଲର ଭଗୀରଥୀ ମାଣ୍ଡାଙ୍ଗୀ ଅପହରଣ ଓ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ । ଏହା ସହିତ ଏନ୍. ଭାସ୍କର ରାଓ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଅଦାଲତରେ ଆତ୍ମସମର୍ପଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଜାମିନ ରଦ୍ଦ ହେବା ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି।
ଅନ୍ୟପଟେ, ନିକଟରେ ଟ୍ରକ୍ ଆସୋସିଏସନର ପ୍ରାୟ ୮୦ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ପକ୍ଷରୁ ମଧ୍ୟ ତାଙ୍କ ବାସଭବନରେ ଚଢ଼ାଉ କରାଯାଇ ତଦନ୍ତ ଚାଲିଛି ।
Tags:




