ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ବିଭାଗ ବଦଳି
ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ବଦଳିଲେ ବରିଷ୍ଠ IPS ତଥା ଏଡିଜିପି ଦୟାଲ ଗଙ୍ଗୱାର । ତାଙ୍କୁ ଗୃହ ବିଭାଗକୁ OSD ଭାବରେ ବଦଳି କରାଯାଇଛି । ସୌମ୍ୟ ହତ୍ୟା ଘଟଣା ପରେ ବିବାଦୀୟ ହୋଇ ପଡ଼ିଥିଲେ ଦୟାଲ ଗଙ୍ଗୱାର। ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ମା'। ଦୟାଲ ଗଙ୍ଗୱାରଙ୍କ ପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ ବୋଲି କହିଥିଲେ । ଭିଡ଼ ହିଂସାରେ ସୌମ୍ୟଙ୍କ ମୃତ୍ୟୁ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି ।
Tags:



