ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂ
ଭୁବନେଶ୍ୱର : ନୂଆ ଉନ୍ନୟନ କମିଶନର ଭାବେ ଆଜି ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଦେଓରଞ୍ଜନ କୁମାର ସିଂ। ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗଙ୍କୁ ଦାୟିତ୍ଵ ମିଳିବା ପରେ ରାଜ୍ୟ ସରକାର ଡିସି ଭାବରେ ଦେଓ ରଞ୍ଜନଙ୍କୁ ଦାୟିତ୍ଵ ଦେଇଥିଲେ । ଦେଓରଞ୍ଜନ ସିଂହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ । ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ହୋଇଥିଲା ।
ପୂର୍ବରୁ ଅନୁ ଗର୍ଗ ଉନ୍ନୟନ କମିସନର ଭାବେ କାର୍ଯ୍ୟ କରୁଥିଲେ। ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବା ପରେ ସେହି ପଦବୀ ଖାଲିପଡ଼ିଥିଲା । ୧୯୯୩ ବ୍ୟାଚ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ସେ ଯୋଜନା ଓ ସଂଯୋଜନ ବିଭାଗ ସହ ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ସମ୍ଭାଳିବେ।
ଆଜି ଦାୟିତ୍ୱ ନେବା ପରେ ଦେଓ ରଞ୍ଜନ ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶା ବିକାଶର ଏବେ ନୂଆ ଅଧ୍ୟାୟ ଲେଖାଯାଉଛି। ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧ ହେବ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ସୁରୁଖୁରୁରେ ପାଳନ କରିବାକୁ ଚେଷ୍ଟା କରିବୁ। ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିବାର ଅଭିଜ୍ଞତା ରହିଛି। ତେଣୁ ଜିଲ୍ଲା ସ୍ତରର ସମସ୍ୟା ବିଷୟରେ ଅବଗତ ଅଛି।



