ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ବରିଷ୍ଠ ନେତାଙ୍କ ମେଳି

ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ବରିଷ୍ଠ ନେତାଙ୍କ ମେଳି

ଯାଜପୁର : ମେଳି ପରେ ମେଳି I କନିଷ୍ଠ ଙ୍କ ପରେ ଏବେ ବରିଷ୍ଠଙ୍କ ପାଳି । ବିଜେଡିରେ ଧୀରେ ଧୀରେ ବଢିଚାଲିଛି ଅସନ୍ତୋଷ I ଦଳୀୟ ଗୋଷ୍ଠୀ କନ୍ଦଳ ଆଉ କାହାକୁ ଅଛପା ନାହିଁ । ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ । ଆଜି ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଏକାଠି ହେଲେ ବିଜେଡି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଏବଂ ଯାଜପୁର ଜିଲ୍ଳା ସଭାପତି। ଯାଜପୁର ବିଜେଡି ସଂଗଠନକୁ ନେଇ ବୈଠକରେ ବିଭିନ୍ନ ପ୍ରସଂଗ ଉପରେ ମାନସ ମନ୍ଥନ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି କିଛି ଦିନ ପୂର୍ବରୁ ପ୍ରଣବ ପ୍ରକାଶ ଦାସ  ବିଜେଡିକୁ ନେଇ ଏକ ବୟାନ ଦେଇଥିଲେ। ବିଜେଡିରେ ଅଲ ଇଜ ନଟ ଓ୍ବେଲ ବୋଲି କହିଥିଲେ। ଏହାକୁ ନେଇ ଅନେକ ରାଜନୈତିକ ବୟାନବାଜି ମଧ୍ୟ ସାମ୍ନାକୁ ଆସିଥିଲା। 

ସମ୍ବନ୍ଧିତ ଖବର ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ

ବିଜେଡି ନେତାଙ୍କ ମଧ୍ୟରେ ମନମାଳିନ୍ୟ ରହିଥିବା ନେଇ ମଧ୍ୟ କହିଥିଲେ। ତେବେ ବର୍ତ୍ତମାନ କୌଣସି ନିର୍ବାଚନ ରହିନଥିଲେ ହେଁ ନେତାଙ୍କ ମଧ୍ୟ ସମ୍ପର୍କ ଠିକ ରଖିବା ପାଇଁ ଏହି ବୈଠକ କରାଯାଉଥିବା ଚର୍ଚ୍ଚା ହେଉଛି। କିନ୍ତୁ ମେଳି ଶବ୍ଦକୁ ନେଇ ଚିହିଁକି ଉଠିଛନ୍ତି ପ୍ରମିଳା ମଲ୍ଲିକ । ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯାଜପୁରରେ ବିଜେଡି ନେତାଙ୍କ କୌଣସି ମେଳି ହୋଇନାହିଁ । ଜିଲ୍ଲାର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ବସିକି ସଂଗଠନକୁ କିଭଳି ଭାବେ ସୁଦୁଢ଼ କରାଯିବ ସେ କଥା ଆମେ ଆଲୋଚନା କରୁଛୁ। ପ୍ରତି ଥର ବସୁ.. ଆଲୋଚନା କରୁ..ଏଥିରେ ମେଳି କ’ଣ ? ମେଳି କିଏ କାହାର ବିରୋଧରେ କରୁଛି। କେହିତ ମେଳି କରୁନାହାନ୍ତି । ଦଳ ସପକ୍ଷରେ ଗଠନ ପାଇଁ ଆଲୋଚନା କରୁଥିଲୁ । ଯାଜପୁର ଜିଲ୍ଲାର ଯୁବ ନେତା କିଏ ହେବ ? ଛାତ୍ର ନେତା କିଏ ହେବ ? କୃଷକ ସଭାପତି କିଏ ହେବ ? ମହିଳା ସଭାପତି କିଏ ହେବ ? ଯାଜପୁର ନେତା ବସି ବିସ୍ତୃତ ଆଲୋଚନା କରିଛୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର ୧୦ ରୁ ମିଳିବ ଗ୍ରୀନ ଷ୍ଟିକର

 

ସମ୍ବନ୍ଧିତ ଖବର ନୂଆବର୍ଷରେ ଭକ୍ତିମୟ ପରିବେଶ,ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

Tags: