ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀଙ୍କ ଆତ୍ମହତ୍ୟା
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବିଜେଡି ନେତାଙ୍କ ପତ୍ନୀଙ୍କ ଆତ୍ମହତ୍ୟା । ରବିବାର ରାତିରେ ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ପୂଜା (୩୫)ଙ୍କ ଝୁଲନ୍ତା ମୃତଦେହ ନୂଆପଡ଼ା ସହର ମତଗୁଡ଼ିପଡ଼ା ବାସଭବନ ନିକଟରେ ଥିବା ଏକ ବେଲ ଗଛରୁ ଉଦ୍ଧାର କରିଛି ପୋଲିସ । ହରିଶ୍ଚନ୍ଦ୍ର ପଣ୍ଡା ହେଉଛନ୍ତି ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁତୁରା ।
ସୂଚନାନୁସାରେ, ରବିବାର ରାତି ୯ ଟା ସମୟରେ ପୁଜାଙ୍କ ମୃତଦେହ ଘଟ ନିକଟରେ ଥିବା ଏକ ବେଲ ଗଛରେ ଝୁଲୁଥିବାର ଘର ଲୋକେ ଦେଖିଥିଲେ । ସେ ବେକରେ ଏକ ଓଢଣୀ ଗୁଡ଼ାଇ ଝୁଲୁଥିବାର ଦେଖାଯାଇଥିଲା । ଖବର ପାଇବା ପରେ ନୂଆପଡା ଅତିରିକ୍ତ ଏସପି ରଞ୍ଜିତ ନାଏକ ଓ ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ମୃତହେଦକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ।
Tags:



