ଭିଜିଲାନ୍ସ ଜାଲ ରେ ସିନିଅର ଆସିଷ୍ଟାଣ୍ଟ
ସୁନାବେଡା : ଭିଜିଲାନ୍ସ ଜାଲରେ ସୁନାବେଡା ଡିଏଫଓଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ( ସିନିଅର ଆସିଷ୍ଟାଣ୍ଟ ) । ୨୦୨୩ ମସିହାରୁ ମିଥ୍ୟା ବିଲ୍ କରି ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହଡ଼ପ କରି ଅଭିଯୋଗରେ ସିନିଅର ଆସିଷ୍ଟାଣ୍ଟ ବବ୍ଲୁ ସୁନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୋଗ ଆସିବା ପରେ ଦୀର୍ଘ ୬ମାସ ଧରି ଫରାର ଥିଲେ ବବ୍ଲୁ ଇ ତେବେ ନିୟମିତ ପରିବାର ଲୋକଙ୍କ ଆକାଉଣ୍ଟ କୁ ପଠାଉଥିଲେ ଟଙ୍କା । ବଲୁଙ୍କୁ ଶନିବାର ରାତିରେ ବଲାଙ୍ଗୀରରୁ ଗିରଫ କରିଛି ଭିଜିଲାନ୍ସ ।
ଅଭିଯୋଗ ଅନୁସାରେ, ବବଲୁ ସୁନା ନିଜର ପଦର ଅପବ୍ୟବହାର ସୁନାବେଡା ବନ୍ୟପ୍ରାଣୀ ଡିଭିଜନର ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟପତ୍ର ଓ ପରିଚୟ ବ୍ୟବହାର କରି ନକଲି ବିଲ୍ କରିଥିଲେ । ଏହି ଅର୍ଥକୁ ସ୍ତ୍ରୀ, ଭାଇ, ଭଉଣୀ ଓ ଘନିଷ୍ଠ ସହଯୋଗଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ । ମୋଟାମୋଟି ଭାବେ ବବଲୁ ସୁନା ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି। ଘଟଣାରେ ବବଲୁ ସୁନାଙ୍କୁ ଗିରଫ କରାଯିବା ସହ ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି ।




