ନିଶାଙ୍କୁ ଦେଖିବା ନିଶା,ପଦବୀ ହରାଇଲେ ଉପଜିଲ୍ଲାପାଳ

ନିଶାଙ୍କୁ ଦେଖିବା ନିଶା,ପଦବୀ ହରାଇଲେ ଉପଜିଲ୍ଲାପାଳ

ରାୟପୁର : ନିଶା ମହାରଣାଙ୍କ ନାଚ ଦେଖିବା ପଡିଲା ମହଙ୍ଗା । ଚାକିରିରୁ ନିଲମ୍ବିତ ହେଲେ ଉପଜିଲ୍ଲାପାଳ । ନିୟମ ଉଲ୍ଲଙ୍ଘନ କରି ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ଡ୍ୟାନ୍ସ କୁ ଅନୁମତି ଦେଇ ଅଡୁଆରେ ଏସଡିଏମ୍ ତୁଳସୀ ଦାସ ମରକାମ । ନିୟମ ଉଲ୍ଲଂଘନ କରି ଅନୁମତି ଦେଇଥିବା ଯୋଗୁଁ ରାୟପୁର ମୈନପୁର ଏସଡିଏମ ତୁଳସୀ ଦାସ ମରକାମଙ୍କୁ ନିଲମ୍ବିତ କଲେ କମିଶନର ମହାଦେବ କାମ୍ବରେ । 

ସମ୍ବନ୍ଧିତ ଖବର ଉକୁଣୀ ନେଲା ଛାତ୍ରୀଙ୍କ ଜୀବନ

ସୂଚନାନୁସାରେ,ଗତ ୯ ତାରିଖ ଦିନ ରାୟପୁର ଗରିଆବନ୍ଧ ଜିଲ୍ଲା ଉରମାଲ ଗାଁରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଉପଜିଲ୍ଲାପାଳ । ଏହାସହ ନିଶାଙ୍କ ଉପରେ ପଇସା ଫୋପାଡ଼ୁଥିଲେ । କାର୍ଯ୍ୟକ୍ରମରେ ଏସଡିଏମ ତୁଳସୀ ଦାସ ମରକାମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଘଟଣା ଜଣାପଡିବା ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନେଇଛି କଡ଼ା ଆକ୍ସନ । ଏଡିଏମଙ୍କୁ ଅନ୍ୟତ୍ର ବଦଳି ସହ ୩ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୪ କମିଟି ମେମ୍ବରଙ୍କୁ ଗିରଫ କରାଯାଇଛି । ଏହା ସହ ସୁଚିତ୍ରା ଜେନା ନାମକ ଜଣେ ଡ୍ୟାନ୍ସରଙ୍କୁ ମଧ୍ୟ ଛତିଶଗଡ଼ ଦେବଭୋଗ ପୁଲିସ ଗିରଫ କରିଛି ।

ସମ୍ବନ୍ଧିତ ଖବର ନକଲି ଡାକ୍ତର ଗିରଫ

ସେପଟେ ବଲାଙ୍ଗୀର ଜିଲ୍ଲା ଚନ୍ଦନ ଭାଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ଗୁରୁତର ସହ ନେଇ ବଲାଙ୍ଗୀର ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ନିଶାଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୋଲିସ ଏକ ଟିମ୍ ସହ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ, ଗିରଫଦାରୀକୁ ଏଡ଼ାଇବାକୁ ନିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଶା ଶୁକ୍ରବାର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର ଲାଗୁହେବ ନୂଆ ଅବକାରୀ ଆଇନ - ମନ୍ତ୍ରୀ

Tags: