କନ୍ଧମାଳ ରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳନ
ଭୁବନେଶ୍ୱର : ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ କନ୍ଧମାଳ ସ୍ଥିତ ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଆଜି ଜଲେଶପଟା କନ୍ୟାଶ୍ରମ ଓ ଚକାପାଦ ଆଶ୍ରମରେ ସ୍ୱାମିଜୀଙ୍କର ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଇ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨ ଜଣ ଆଡିସିନାଲ ଏସପି, ୩ ଜଣ ଡିଏସପି, ଜଣେ ଏଏସପି ରାଙ୍କର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଚକାପାଦରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ଓ ତୁମୁଡିବନ୍ଧ ଆଶ୍ରମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନ୍ତେବାସୀମାନେ ଆଶ୍ରମ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଛନ୍ତି । ସ୍ୱାମୀଜୀଙ୍କ ବଳିଦାନ କକ୍ଷ, ପ୍ରତିମୂର୍ତ୍ତି, ଯଜ୍ଞ ମଣ୍ଡପ ସମେତ ପ୍ରତିଟି ସ୍ଥାନକୁ ସୁସଜ୍ଜିତ କରିଛନ୍ତି ।
ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଅବସରରେ କଳସ ଯାତ୍ରା, ଗୋପୂଜନ, ନାମଯଜ୍ଞ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଜଳାଭିଷେକ ଓ ସ୍ମୃତି ସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
Tags:




