ସ୍ନାତକୋତ୍ତର ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ

ସେପ୍ଟେମ୍ବର ୧୨ରୁ ୨୧ ତାରିଖ ମଧ୍ୟରେ SAMS ୱେବସାଇଟ୍‌ରେ କମନ୍ ଆପ୍ଲିକେସନ୍ ଫର୍ମ (CAF) ପୂରଣ

ସ୍ନାତକୋତ୍ତର ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ
Samaya Live News Picture
Published On

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ସ୍ନାତକୋତ୍ତର (PG ) ସିଟ୍ ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ଆରମ୍ଭ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ମାନେ ସେପ୍ଟେମ୍ବର ୧୨ ରୁ ୨୧ ତାରିଖ ମଧ୍ୟରେ SAMS ୱେବସାଇଟ୍‌ରେ କମନ୍ ଆପ୍ଲିକେସନ୍ ଫର୍ମ (CAF) ପୂରଣ କରିପାରିବେ।

ସୂଚନାନୁସାରେ, ସେପ୍ଟେମ୍ବର ୨୪ ତାରିଖରେ ପ୍ରଥମ ରାଉଣ୍ଡ ପ୍ରୋଭିଜନାଲ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଏହାପରେ ୨୫ରୁ ୨୮ ସେପ୍ଟେମ୍ବର ମଧ୍ୟରେ ଚୟନିତ ଛାତ୍ରଛାତ୍ରୀ ଇଣ୍ଟିମେସନ୍ ଲେଟର ଡାଉନଲୋଡ୍ କରି ଅନଲାଇନ୍‌ରେ ନାମଲେଖା ଫି ଦାଖଲ କରି ସମ୍ପୃକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିଶନ ସମ୍ପୂର୍ଣ୍ଣ କରିବେ ।

ସେହିପରି ଅପେକ୍ଷାରତ (Waiting List) ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି। ସେମାନେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ନିର୍ଦ୍ଦିଷ୍ଟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଫିଜିକାଲ ରିପୋର୍ଟିଂ କରିପାରିବେ। ରିପୋର୍ଟିଂ ପରେ ଅକ୍ଟୋବର ୧ ତାରିଖରେ ୱେଟିଂ ଲିଷ୍ଟର ମେଧା ତାଲିକା ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି।ଛାତ୍ରଛାତ୍ରୀଙ୍କୁ ସମୟସୀମା ମଧ୍ୟରେ CAF ପୂରଣ କରିବା ସହ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବାକୁ ବିଭାଗ ପରାମର୍ଶ ଦେଇଛି।

Tags: