ବିଜେଡି ରୁ ନିଲମ୍ବନ ପରେ ବଦଳିଲା ୨ ବିଧାୟକଙ୍କ ସିଟ
By: Samaya Live News
ଭୁବନେଶ୍ୱର : ବିଧାନସଭା ଗୃହରେ ବଦଳିଲା ୨ ବିଧାୟକଙ୍କ ସିଟ । ବିଜେଡିର ୨ ନିଲମ୍ବିତ ବିଧାୟକଙ୍କ ସିଟ ରେ ପରିବର୍ତ୍ତନ କରାଯାଇଛି । ଦଳରୁ ନିଲମ୍ବନ ପରେ ବିଜେଡିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସିଟ F -୧୪ ରୁ F-୨୧ କୁ ପରିବର୍ତ୍ତନ କରାଯାଇଛି ତାଙ୍କ ସ୍ଥାନରେ ମାଧବ ଧଡ଼ାଙ୍କ ସହ ପରିବର୍ତ୍ତନ ହୋଇଛି । ସେହିଭଳି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସିଟ G -୧୯ ରୁ F-୧୯ ବିଧାୟକ ସୁନୀଲ ମହାନ୍ତିଙ୍କ ସହ ପରିବର୍ତନ ହୋଇଥିବା ସୂଚନା ମିଳିଛି ।
ସମ୍ବନ୍ଧିତ ଖବର ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି
Tags:



