ଓଡିଶା ମାଟି ତଳେ ହୀରା,ସୁନା, ମାଣିକ ଖଣିର ସନ୍ଧାନ
ଭୁବନେଶ୍ୱର : ରତ୍ନ ଗର୍ଭା ଓଡିଶା । ମାଟିତଳେ ରତ୍ନ ଭଣ୍ଡାର ସନ୍ଧାନ । ଓଡ଼ିଶା ମାଟି ତଳେ କେବଳ ଲୁହା କିମ୍ବା ବକ୍ସସାଇଟ୍ ନୁହେଁ, ବରଂ ଅମୂଲ୍ୟ ହୀରା ଓ ମାଣିକ ପଥରର ସନ୍ଧାନ ମିଳିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ । ନୂଆପଡ଼ା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଠାରେ ହୀରାପଥର ଥିବାର ଚିହ୍ନଟ ହୋଇଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି । ଏନେଇ ଗୃହରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହିଞ୍ଜିଳିବାହାଲ-ଜିଲିଙ୍ଗିବାରେ ମାଣିକ ପଥର ଖଣି ଥିବା ଜଣାପଡ଼ିଛି। ଏହି ଦୁଇଟି ଯାକ ସ୍ଥାନରେ ଏବେ ଅଧିକ ଅନୁସନ୍ଧାନ ଜାରି ରହିଛି। ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି। ଏହି ସମସ୍ତ ଅଞ୍ଚଳରେ ଭୂତାତ୍ତ୍ୱିକ ସର୍ବେକ୍ଷଣ ଓ ଅଧିକ ଅନୁସନ୍ଧାନ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ କରାଯାଇ ନାହିଁ । ରାଜ୍ୟରେ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି ।



