ବଦଳିଲେ ଖଣ୍ଡପଡ଼ା ଏସଡ଼ିପିଓ

ବଦଳିଲେ ଖଣ୍ଡପଡ଼ା ଏସଡ଼ିପିଓ
Samaya Live News Picture
Published On

ଭୁବନେଶ୍ୱର : ମହିଳାଙ୍କୁ ଫେବର ମାଗି ବଦଳିଲେ ଖଣ୍ଡପଡ଼ା ଏସଡ଼ିପିଓ ମଦନ ମୋହନ ପ୍ରଧାନ । ଏକ ମାମଲା ରଫାଦଫା ପାଇଁ ମହିଳାଙ୍କୁ ଦେଇଥିଲେ ମାନସିକ ନିର୍ଯ୍ୟାତନା । ମାମଲା ରୁଜୁ ପରେ ନିରପେକ୍ଷ ତଦନ୍ତ ପାଇଁ ଏସଡିପିଓଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ ଜଣେ ମହିଳା ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ ଆସି ଅଭିଯୋଗ କରିଥିଲେ। 

ସୂଚନାନୁସାରେ, ଗତ ବର୍ଷ ଜୁଲାଇ ୩ତାରିଖରେ ହୋଇଥିବା ଏକ ମାମଲାକୁ ରଫାଦଫା କରିବା ପାଇଁ ମହିଳାଙ୍କୁ ଫେବର୍ ମାଗିଥିଲେ ନୟାଗଡ଼ ଖଣ୍ଡପଡା ଏସଡ଼ିପିଓ ମଦନ ମୋହନ ପ୍ରଧାନ। ମହିଳାଙ୍କ ଅଭିଯୋଗ ପରେ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ କରିଥିଲେ ନୟାଗଡ଼ ଏସପି l ମହିଳା ଜଣକ ଏକ ମାମଲା ନେଇ ଫତେଗଡ଼ ଥାନାକୁ ଯାଇଥିଲେ । ଏସ୍‌ଡିପିଓ ଉକ୍ତ ମାମଲାର ତଦନ୍ତ କରୁଥିବା ସମୟରେ ତାଙ୍କଠାରୁ ମୋବାଇଲ ନମ୍ବର ନେଇ ରାତିରେ ତାଙ୍କୁ ଅଶ୍ଳୀଳ ମେସେଜ ଏବଂ ଅଡିଓ ପଠାଉଥିଲେ । ଘଟଣା ପରେ ମହିଳା ଜଣକ ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ ଆସି ଅଭିଯୋଗ କରିଥିଲେ । ଏନେଇ ଗତ ୨୦ ତାରିଖରେ ଫତେଗଡ଼ ଥାନାରେ ୧୨୦/୨୬ରେ ମାମଲା ରୁଜୁ ହୋଇଥିଲା । ଡିଜିପି ଓ୍ବାଇ. ବି. ଖୁରାନିଆ ଅଭିଯୋଗକୁ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍‌ପି ସୁବାସ ଚନ୍ଦ୍ର ପଣ୍ଡା ତଦନ୍ତ କରିଥିଲେ।  

Tags: