୧୮ରେ ଖୋଲିବ ସ୍କୁଲ - ଗଣଶିକ୍ଷା ମନ୍ତ୍ରୀ

୧୮ରେ ଖୋଲିବ ସ୍କୁଲ - ଗଣଶିକ୍ଷା ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର  : ଆସନ୍ତା ଜୁନ୧୮ରୁ ଖୋଲିବ ସ୍କୁଲ। ରାଜ୍ୟରେ ୧୮ ତାରିଖରୁ ଖୋଲିବ ସମସ୍ତ ସ୍କୁଲ। ଅନ୍ୟ କୌଣସି ନିଷ୍ପତି ହୋଇ ନଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଖୋଲିବା ନିଷ୍ପତି ହୋଇଛି । ତେବେ ଆଗାମୀ ଦିନରେ ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟକୁ ଏପ୍ରିଲ ୨୭ରୁ  ଛୁଟି ଘୋଷଣା କରାଯାଇଥିଲା।

 

Tags: