ବିନା ମୁରବିରେ ଚାଲିଛି ସ୍କୁଲ - ଗଣଶିକ୍ଷା ମନ୍ତ୍ରୀ

ବିନା ମୁରବିରେ ଚାଲିଛି ସ୍କୁଲ - ଗଣଶିକ୍ଷା ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ବର : ବିନା ମୁରବିରେ ଚାଲିଛି ସ୍କୁଲ । ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ। ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାର ୯ ବ୍ଲକରେ ଖାଲି ରହିଛି ପଦବୀ ।

ସେହିଭଳି ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲାର ୭ ବ୍ଲକ୍, ବାଲେଶ୍ୱର ଜିଲ୍ଲାର ୬ ବ୍ଲକ୍, ଅନୁଗୋଳ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର ଜିଲ୍ଲାର ୫ ବ୍ଲକ୍, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ ଜିଲ୍ଲାର ୪ ବ୍ଲକ୍, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼, ସୋନପୁର ଜିଲ୍ଲାର ୩ ବ୍ଲକ୍, ବଲାଙ୍ଗିର, କଟକ, ଖୋର୍ଦ୍ଧା, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାର ୨ ବ୍ଲକ୍, ବରଗଡ଼, ଦେବଗଡ଼, ଗଜପତି ଜିଲ୍ଲାର ଗୋଟିଏ ବ୍ଲକ୍ରେ ପଦବୀ ଖାଲି ପଡିଛି । ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତରରଖିଛନ୍ତି ।

ସେହିଭଳି ମନ୍ତ୍ରୀ କହିଛନ୍ତି ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଜାତୀୟ ମାନକ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ସରକାର ପାଠ୍ୟକ୍ରମ ସଂଶୋଧନ ବେଳେ NCERT (ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ) ଢାଞ୍ଚାକୁ ଅନୁସରଣ କରିବାକୁ ଯୋଜନା କରୁଛନ୍ତି। ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପାଠ୍ୟକ୍ରମର ପୁନଃ ଡିଜାଇନ୍ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

Tags: