୨୩ ତାରିଖ ଯାଏଁ ୧୨ ଜିଲ୍ଲାରେ ସ୍କୁଲ ,ଛୁଟି ଜାରି ରହିବ ଜନଗଣନା

୨୩ ତାରିଖ ଯାଏଁ ୧୨ ଜିଲ୍ଲାରେ ସ୍କୁଲ ,ଛୁଟି ଜାରି ରହିବ ଜନଗଣନା
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ସାମୟିକ ଖରାଛୁଟି ଘୋଷଣା । ପ୍ରଚଣ୍ଡ ରୋୖଦ୍ରତାପକୁ ଦୃଷ୍ଟିରେ ରଖି ଆଜିଠାରୁ ୨୩ତାରିଖ ଯାଏଁ ୧୨ ଜିଲାରେ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ।ଉକ୍ତ ଜିଲ୍ଲାମାନଙ୍କରେ ସମସ୍ତ ସରକାରୀ , ବେସରକାରୀ ସ୍କୁଲ କଲେଜ ଓ ଅଙ୍ଗନବାଡ଼ିଗୁଡ଼ିକୁ  ଛୁଟି ଘୋଷଣା କରାଯାଇଛି । ଖୋରଧା ଜିଲାରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଶିଶୁ ବାଟିକାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିର୍ଦେଶ ଜାରି ହୋଇଛି । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ଛୁଟି ଅବଧିରେ ପରୀକ୍ଷା ଥିଲେ ତାହା ସକାଳୁଆ ହେବ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଓ ଜନଗଣନା କାର୍ଯ୍ୟରେ ସାମିଲ ହେବେ ।

ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି। ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୦ ଡିଗ୍ରୀ ଟପିପାରେ ତାତି। ୨ରୁ ୩ ଡିଗ୍ରୀ ବଢ଼ିପାରେ ଦିନ ତାପମାତ୍ରା । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

 

Tags: