ଅପହରଣର ୫ ଘଣ୍ଟା ପରେ ମିଳିଲେ ସ୍କୁଲ ଛାତ୍ରୀ

ଅପହରଣର ୫ ଘଣ୍ଟା ପରେ ମିଳିଲେ ସ୍କୁଲ ଛାତ୍ରୀ

ଭୁବନେଶ୍ୱର : ରାଜଧାନୀରେ ସ୍କୁଲ ଛାତ୍ରୀ ଅପହରଣ ହେବାର ୫ ଘଣ୍ଟା ମଧ୍ୟରେ ଉଦ୍ଧାର । ଭରତପୁର ଥାନା ଅଞ୍ଚଳରୁ ଅପହୃତ ହୋଇଥିବା ଛାତ୍ରୀଙ୍କୁ ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର କରାଯାଇଛି । ଅପହୃତା ଛାତ୍ରୀ ଜଣକ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ପଢୁଥିବାବେଳେ କିଏ ତାଙ୍କୁ କାହିଁକି ଅପହରଣ କଲା ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ସମ୍ବନ୍ଧିତ ଖବର ଦୋକାନ ଉପରକୁ ମାଡ଼ି ଗଲା ଯାତ୍ରୀଵାହୀ ବସ

ସୂଚନାନୁସାରେ,ଗତକାଲି ଏୟାରଫିଲଡରେ ରହୁଥିବା ଛତ୍ରୀ ଜଣକ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ପଢୁଥିଲେ । ତେବେ ସ୍କୁଲ ବସ ମିସ ହୋଇଯିବାରୁ ସେ ଜଣେ ଶିକ୍ଷକଙ୍କ ଫୋନରୁ ଘର ଲୋକଙ୍କୁ ଜଣାଇଥିଲେ । କିଛି ସମୟପରେ ଘର ଲୋକ ସ୍କୁଲରେ ପହଁଞ୍ଚିବା ବେଳକୁ ସେଠାରେ ଛାତ୍ରୀ ଜଣଙ୍କ ନଥିଲେ । ଏନେଇ ପରିବାର ଲୋକେ ଚିନ୍ତିତ ହୋଇ ବହୁ ଖୋଜାଖୋଜି କରିଥିଲେ । ତଥାପି ନମିଳିବାରୁ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ରାତି ପ୍ରାୟ ୯ଟା ବେଳେ ଛାତ୍ରୀ ଜଣକ କ୍ୟାପିଟାଲ ହସପିଟାଲରେ ଠାବ ହୋଇଥିଲେ। ଖବର ପାଇ ପୋଲିସ ଓ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଥିଲେ । 

ସମ୍ବନ୍ଧିତ ଖବର ପ୍ରଥମ ଥର ରାଜ୍ୟ ବାହାରେ ହେବ 'ଓଡିଶା ମହୋତ୍ସବ'

ତେବେ ଛାତ୍ରୀ ଜଣଙ୍କ କୁଆଡେ ଯାଇଥିଲେ, ତାଙ୍କୁ କେହି ଅପହରଣ କରିଥିଲେ କି ନାହଁ ଏବଂ ସେ କ୍ୟାପିଟାଲ ହସ୍ପିଟାଲ କେଉଁ ପରିସ୍ଥିତିରେ ଆସିଲେ, ସେ ସମ୍ପର୍କରେ କିଛି ଜଣାପଡିନି। ଛାତ୍ରୀଙ୍କ ମାନସିକ ସ୍ଥିତି ଭଲ ନଥିବା ଦେଖାଯାଇଛି ପରେ ଛାତ୍ରୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। 

ସମ୍ବନ୍ଧିତ ଖବର ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

Tags: