ଆଜିଠାରୁ ସକାଳୁଆ ସ୍କୁଲ, ବାଜିବ ୱାଟର ବେଲ
ସକାଳ ୦୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ କ୍ଳାସ
ଭୁବନେଶ୍ବର: ରାଜ୍ୟରେ ସଂପ୍ରତି ଗ୍ରୀଷ୍ମ ପ୍ରକୋପ ବଢିବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ । ଏନେଇ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଗଣଶିକ୍ଷା ସଚିବ । ତେବେ ସକାଳୁଆ ସ୍କୁଲ ସମୟରେ ମଧ୍ୟ ଆଉଟ ଡୋର୍ କାର୍ଯ୍ୟକ୍ରମକୁ ମନା କରାଯାଇଛି । ଏହାସହିତ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ORS ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏପ୍ରିଲ ୨ ତାରିଖ ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଯଥା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ସକାଳ ସାଢ଼େ ୬ ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୧୦ଟା ଯାଏ ଚାଲିବ । ଏହି ନିର୍ଦ୍ଦେଶ ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ ଜାରି ରହିବ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଆଜି ବିଳମ୍ବିତ ସନ୍ଧ୍ୟାରେ ଜାରି ହୋଇଛି । ତେଣୁ ଶୁକ୍ରବାରଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି ।
ତେବେ ଗ୍ରୀଷ୍ମ ଛୁଟି ପରେ, ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲ ସମୟ ସ୍ୱାଭାବିକ ଭାବରେ ଜାରି ରହିବ। ସକାଳୁଆ ସ୍କୁଲ ହେବା ସହ ସ୍କୁଲ ପରିଚାଳନା ପାଇଁ ବିଭାଗ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।
ସେହିପରି ,ପାନୀୟ ଜଳର ଉପଲବ୍ଧତା ରଖିବା ସୁନିଶ୍ଚିତ କରିବା। ଆବଶ୍ୟକ ସ୍ଥଳେ, ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍କୁଲ କ୍ୟାମ୍ପସ ଭିତରେ ଥିବା ନଳକୂପଗୁଡ଼ିକୁ ମରାମତି କରାଯିବ। ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ଘଣ୍ଟି ସହିତ ପାନୀୟ ଜଳ ବିରତି ରହିବ।



