ଜଗତସିଂହପୁର ଜିଲ୍ଲାରେ ବଦଳିଲା ସ୍କୁଲ ଖୋଲିବା ସମୟ
ଜଗତସିଂହପୁର : ରାଜ୍ୟରେ କଲବଲ କରୁଛି ତାତି । ଅସହ୍ୟ ଗରମ ସହିତ ଗୁଳୁଗୁଳି ସହିତ ଟାଇଁ ଟାଇଁ ଖରାରେ ଜଳି ଯାଉଛି ଦେହ ମୁଣ୍ଡ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ ଜଣ ଜୀବନ ଅସ୍ତବ୍ୟସ୍ତ । ପୁଣି ଆଗକୁ ଆହୁରି ୫ଦିନ ତାତି ବଢିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ସିଭିୟର୍ ହିଟ୍ ୱେଭ୍ ପାଇଁ ,୧୧ଟି ଜିଲ୍ଲାରେ ସମସ୍ତ ସରକାରୀ , ବେସରକାରୀ ଶିକ୍ଷାନୁଷ୍ଠାନ ୨୩ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ସେହିପରି ଆଜି ଜଗତସିଂହପୁର ଜିଲ୍ଲା ପାଇଁ ସ୍କୁଲ ଖୋଲିବା ନିୟମରେ ପରିବର୍ତ୍ତନ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬ଟା ୩୦ମିନିଟ୍ରୁ ସକାଳ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦେଶ ରହିଛି । ଏହାସହ ସ୍କୁଲରେ ପିଇବା ପାଣି ଓ ଓଆରଏସ୍ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ଏସବୁ ନିର୍ଦ୍ଦେଶ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।
Tags:



