୨୭ ଯାଏଁ ସୁନ୍ଦରଗଡ଼ ଏବଂ ୨୫ ଯାଏଁ କେନ୍ଦ୍ରାପଡାରେ ସ୍କୁଲ ଛୁଟି
ସମ୍ବଲପୁର ଜିଲ୍ଲାରେ ଆହୁରି ୩ ଦିନ ପାଇଁ ବଢ଼ିଲା ସ୍କୁଲ ଛୁଟି ଅବଧି
ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମାଞ୍ଚଳ । ଜିଲ୍ଲା ପ୍ରଶାସନ ନିଷ୍ପତି କ୍ରମେ ଆସନ୍ତା ୨୭ ତାରିଖ ଯାଏଁ ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତି ଏବଂ ଅଙ୍ଗନବାଡି ଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ଅଧିକାରୀ ଡକ୍ଟର ମୂରଲୀଧର ବେହେରା ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ସେହିଭଳି ହିଟ୍ୱେଭ୍କୁ ଦୃଷ୍ଟିରେ ରଖି ୨୩ ରୁ ୨୫ ତାରିଖ ଯାଏଁ କେନ୍ଦ୍ରାପଡା ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରଖିବାକୁ କିଲ୍ଲାପାଳ ନିଷ୍ପତି ନେଇଛନ୍ତି ।
ଅନ୍ୟପଟେ, ସମ୍ବଲପୁର ଜିଲ୍ଲାରେ ଆହୁରି ୩ ଦିନ ପାଇଁ ବଢ଼ିଲା ସ୍କୁଲ ଛୁଟି ଅବଧି । ଜିଲ୍ଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ସିଦ୍ଧେଶର ବଳିରାମ ବୋନ୍ଦର ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ବୃଦ୍ଧି ଘୋଷଣା କରିଛନ୍ତି ।
ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପରିସ୍ଥିତି ଅନୁଧ୍ୟାନ କରି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।



