ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ତାରିଖ ଯାଏଁ ବୃଦ୍ଧି ହେଲା ସ୍କୁଲ ଛୁଟି

ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ତାରିଖ ଯାଏଁ ବୃଦ୍ଧି ହେଲା ସ୍କୁଲ ଛୁଟି
Samaya Live News Picture
Published On

ସୁବର୍ଣ୍ଣପୁର : ବୃଦ୍ଧି ହେଲା ସ୍କୁଲ ଛୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁରରେଜିଲ୍ଲାରେ ଆସନ୍ତା ୨୦ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଆଉ ୩ଦିନ ଖରା ଛୁଟି ବୃଦ୍ଧି କରାଯାଇଛି । ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ସହିତ ଜିଲ୍ଲାର ସବୁ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ୨୦ ତାରିଖ ଯାଏ ବନ୍ଦ ରହିବ । ତେବେ ରାଜ୍ୟରେ ଆସନ୍ତା ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଥିଲେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଜୁନ୍ ୧୮ ତାରିଖରେ ହିଁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ପରବର୍ତ୍ତୀ ଅବସ୍ଥାରେ ପରିସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାର ମେ’ ୧୨ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ ।

ଅନ୍ୟପଟେ, ସମ୍ବଲପୁର ଜିଲ୍ଲାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ୨୦ ତାରିଖରେ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏହି ପବିତ୍ର ଗଣପର୍ବ ଅବସରରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ୨୧ ତାରିଖ ରବିବାର ପଡ଼ୁଥିବାରୁ ସୋମବାର (ଜୁନ୍ ୨୨) ଠାରୁ ଏହି ଦୁଇ ଜିଲ୍ଲାରେ ସ୍ୱାଭାବିକ ଭାବେ ସ୍କୁଲ ପାଠପଢ଼ା ଆରମ୍ଭ ହେବ।

Tags: