ସୁନ୍ଦରଗଡ଼ରେ ଆଜି ସ୍କୁଲ ଛୁଟି ଘୋଷଣା
ସୁନ୍ଦରଗଡ଼ : ଲଗାଣ ବର୍ଷା ଲାଗି ଆଜି ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ୧୯ ଅଗଷ୍ଟରେ ସମସ୍ତ ସରକାରୀ/ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ବନ୍ଦ ରଖିବା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିବା ସହ ଯାତାୟାତରେ ସମସ୍ୟା ଏବଂ ଅନ୍ୟାନ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଏହି ଛୁଟି ଘୋଷଣା କରାଯାଇଛି । ତେଣୁ ପ୍ରଶାସନ ପକ୍ଷରୁ ଅଭିଭାବକମାନଙ୍କୁ ମଧ୍ୟ ଅନାବଶ୍ୟକ ଭାବେ ପିଲାମାନଙ୍କୁ ବାହାରକୁ ନପଠାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମଙ୍ଗଳବାର ଦିନ ମଧ୍ୟ ଲଗାଣ ବର୍ଷା ଲାଗି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଲଗାଣ ବର୍ଷା ଲାଗି ଲଗାତର ଦୁଇ ଦିନ ଧରି ବନ୍ଦ ରହିବ ସ୍କୁଲ ।
ଏହି ନିର୍ଦ୍ଦେଶ ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। ଏଥିସହ KVI, JNV, OAV ଓ EMRS ଭଳି ଶିକ୍ଷାନୁଷ୍ଠାନ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ପ୍ରତିକୂଳ ପାଣିପାଗରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି ।




