ଲଗାଣ ବର୍ଷା ପାଇଁ ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଲଗାଣ ବର୍ଷା ପାଇଁ ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
Samaya Live News Picture
Published On

ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିରରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି । ଏକ ସପ୍ତାହ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି । ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବକ ଭାସିଯାଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିପାରି ନାହିଁ  ।

ଅନ୍ୟପଟେ, ଓଡ଼ିଶାରେ ସମ୍ପୂର୍ଣ୍ଣ ସକ୍ରିୟ ରହିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ୩ ଜିଲ୍ଲା କନ୍ଧମାଳ, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ରହିଛି ।

ଅପରପକ୍ଷେ ୧୩ଟି ଜିଲ୍ଲାରେ ବିକ୍ଷିପ୍ତ ଭାବେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେଗୁଡ଼ିକ ହେଉଛି ନବରଙ୍ଗପୁର, କୋରାପୁଟ, ରାୟଗଡ଼, ଗଜପତି, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଯାଜପୁର ଓ କଟକ। ଏହାବାଦ ରାଜ୍ୟର ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଜି ଲଘୁଚାପ ବଳୟ ଆଗକୁ ବଢ଼ିବା ସହ ରାଜ୍ୟରେ ବ୍ୟାପକ ବର୍ଷା ଜାରି ରହିବ ।

Tags: