ଏସସିବି ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଏସସିବି ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ : ଏସସିବି କାଜୁଆଲିଟିରେ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଅନୁଗୁଳ ବଅଁରପାଳର ସୁମନ କୁମାର ସାହୁ ବୋଲି ସୂଚନା ରହିଛି। ସୁମନଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର କଂଗ୍ରେସକୁ କ୍ରସ ଭୋଟିଂ ଭୟ , ଫୋନ ଉଠାଉ ନାହାନ୍ତି ଦାଶରଥି

ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରେ ଘଟିଥିଲା ଅଘଟଣ । ବିଦ୍ୟୁତ ସର୍ଟ ସର୍ଟିକରୁ ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଆଜି ପୁଣି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ନିଆଁରେ ପୋଡ଼ି ହୋଇ ସୁମନଙ୍କ ଚିକିତ୍ସା ଆଇସିୟୁରେ ଚାଲିଥିବାବେଳେ ତାଙ୍କର  ମୃତ୍ୟୁ ହୋଇଯାଇଛି ।

ସମ୍ବନ୍ଧିତ ଖବର ସାପ ମାରିବାରୁ ଏଫଆଇଆର

ଅନ୍ୟପଟେ  ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ବର ସହ ନେଇଛି ଜାତୀୟ ମାନବାଧିକାର କମିଶନ । ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛି । ୧୫ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ ଲାଗିବା ସମ୍ପର୍କରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର କୁଆଖାଇ ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନାନୁସାରେ, ଅଗ୍ନିକାଣ୍ଡ ପରେ ମେଡିକାଲ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ  ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ । ଏହାସହ ଘଟଣାକୁ ଗମ୍ଭୀରତାର ସହ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ  ।

Tags: