ରାଜ୍ୟରେ ସମସ୍ତ ସ୍କୁଲରେ ରହିବ ସାନିଟାରୀ ନ୍ୟାପକିନ

ରାଜ୍ୟରେ ସମସ୍ତ ସ୍କୁଲରେ ରହିବ ସାନିଟାରୀ ନ୍ୟାପକିନ
Samaya Live News Picture
Published On

ଭୁବନେଶ୍ୱର : ସ୍କୁଲ ଛାତ୍ରୀଙ୍କ ରାଜ୍ୟ ସରକାରଙ୍କ ତରଫରୁ ଆଉ ଏକ ବଡ଼ ପଦକ୍ଷେପ । ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସ୍କୁଲ୍ ସାନିଟେସନ୍ ଓ ମାସିକ ଋତୁସ୍ରାବକୁ ନେଇ ଆଲ୍ ହାଇଜିନ୍‌ ଉପରେ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର । ଏହାସହ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପୃଥକ ପୁରୁଷ ଓ ମହିଳା ଶୌଚାଳୟ, ନିର୍ବିଘ୍ନ ଜଳ ସୁବିଧା ଓ ହାତଧୋଇବା ବ୍ୟବସ୍ଥା ନିଶ୍ଚିତ କରାଯିବ। ଏହା ସହିତ, ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା ଓ ଗୋପନୀୟତା ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସମସ୍ତ ସ୍କୁଲ ଗୁଡିକୁ ମାଗଣା ସାନିଟାରୀ ନ୍ୟାପକିନ୍ ଯୋଗାଇ ଦିଆଯିବ । ଭେଣ୍ଡିଂ ମେସିନ୍ କିମ୍ବା ନିର୍ଦ୍ଦିଷ୍ଟ ବିତରଣ କେନ୍ଦ୍ର ମାଧ୍ୟମରେ ସାନିଟାରୀ ନ୍ୟାପକିନ୍ଆପ୍ଲାଇ କରାଯିବ, ଯାହା ଛାତ୍ରୀମାନଙ୍କ ପାଇଁ ସୁବିଧାଜନକ ଓ ସୁରକ୍ଷିତ ହେବ। ଏହା ସହିତ, ସ୍କୁଲ୍‌ଗୁଡ଼ିକରେ ମେନଷ୍ଟ୍ରୁଆଲ୍ ହାଇଜିନ୍ ମ୍ୟାନେଜମେଣ୍ଟ (MHM) କୋଣ ସୃଷ୍ଟି କରିବାକୁ ମଧ୍ୟ ଅନିବାର୍ଯ୍ୟ କରାଯାଇଛି। ଏହି କୋଣ ଛାତ୍ରୀମାନଙ୍କୁ ହାଇଜିନ୍ ସମ୍ବନ୍ଧୀୟ ସୂଚନା, ଉପଦେଶ ଓ ସହାୟତା ଦେବ। 

 

Tags: