ସମ୍ବଲପୁର : ବସ-ଟ୍ରକ ଧକ୍କା,୧ ମୃତ ୧୦ ଆହତ

ସମ୍ବଲପୁର : ଯାତ୍ରୀବାହୀ ବସ-ଟ୍ରକ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା I ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଏବଂ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟନାନୁସାରେ ‘ମହାଲକ୍ଷ୍ମୀ’ ଯାତ୍ରୀବାହୀ ବସ ଟି ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିଲା ।ଏହି ସମୟରେ ଖିଣ୍ଡା ଛକ ନିକଟ ଠେଲକୋଇ ଠାରେ ଏକ ଟ୍ରକ୍ […]

Samaya Live Picture
Published On

ସମ୍ବଲପୁର : ଯାତ୍ରୀବାହୀ ବସ-ଟ୍ରକ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା I ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଏବଂ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟନାନୁସାରେ ‘ମହାଲକ୍ଷ୍ମୀ’ ଯାତ୍ରୀବାହୀ ବସ ଟି ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିଲା ।ଏହି ସମୟରେ ଖିଣ୍ଡା ଛକ ନିକଟ ଠେଲକୋଇ ଠାରେ ଏକ ଟ୍ରକ୍ ପଛପଟେ ଦ୍ରୁତଗତିରେ ଆସି ବସଟି ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଉଭୟ ବସ ଓ ଟ୍ରକ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ଆଜି ସକାଳ ପାଖାପାଖି ୭ଟା ୨୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

ଆହତମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଓ ଝାରସୁଗୁଡା ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ଜଣଙ୍କର ଗୋଡ କଟି ଲାଗି ରହିଥିବା ବେଳେ ଗ୍ୟାସ୍ କଟର ସାହାଯ୍ୟରେ କାଟି ବାହାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ କରୁଛି।