ଓମଫେଡ ବୁଥରେ ଗୁଟଖା ବିକ୍ରି ମନା

ଓମଫେଡ ବୁଥରେ ଗୁଟଖା ବିକ୍ରି ମନା

ଭୁବନେଶ୍ୱର : ଓମଫେଡ୍ ବୁଥରେ ଗୁଟଖା ବିକିଲେ କଡା ଆକ୍ସନ ।  ଓମଫେଡ ବୁଥ ସହ କୌଣସି ଭେଣ୍ଡିଂ ଭେଣ୍ଡିଂ ଜୋନ୍ ଗୁଡ଼ିକରେ ମଧ୍ୟ ବିକ୍ରି ହୋଇପାରିବ ନାହିଁ ଗୁଟଖା କିମ୍ବା ଏହି ଜାତୀୟ ଜିନିଷ। ଏନେଇ  ଛତାବନୀ ଶୁଣାଇଛି ଭୁବନେଶ୍ବର ମହାନଗର ନିଗମ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ ବିଏମସି ଏହି ନିଷେଧାଦେଶ ଜାରି କରିଛି । ଏଣିକି ଜୋରଦାର୍ ହେବ ଗୁଟୁଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ । ବିଏମସି ସାଧାରଣ ବରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର ନବୀନ ନିବାସରେ କଳିକେଶଙ୍କୁ ନେଇ ଚର୍ଚ୍ଚା !

 ଓମଫେଡ୍ ବୁଥ୍ ଏବଂ ଭେଣ୍ଡିଂ ଜୋନ୍ ଗୁଡ଼ିକରେ ଗୁଟଖା ବିକୁଥିଲେ ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ। ଏପରିକି ଯଦି କୌଣସି ଏଜେନ୍ସି ଗୁଟଖା ସଂପର୍କିତ ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜୋରିମାନା ଆଦାୟ ପାଇଁ ନିଷ୍ପତ୍ତି ନେଇଛି ବିଏମସି ।

ସମ୍ବନ୍ଧିତ ଖବର ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ

 

ସମ୍ବନ୍ଧିତ ଖବର ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

Tags: