ଓମଫେଡ ବୁଥରେ ଗୁଟଖା ବିକ୍ରି ମନା
ଭୁବନେଶ୍ୱର : ଓମଫେଡ୍ ବୁଥରେ ଗୁଟଖା ବିକିଲେ କଡା ଆକ୍ସନ । ଓମଫେଡ ବୁଥ ସହ କୌଣସି ଭେଣ୍ଡିଂ ଭେଣ୍ଡିଂ ଜୋନ୍ ଗୁଡ଼ିକରେ ମଧ୍ୟ ବିକ୍ରି ହୋଇପାରିବ ନାହିଁ ଗୁଟଖା କିମ୍ବା ଏହି ଜାତୀୟ ଜିନିଷ। ଏନେଇ ଛତାବନୀ ଶୁଣାଇଛି ଭୁବନେଶ୍ବର ମହାନଗର ନିଗମ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ ବିଏମସି ଏହି ନିଷେଧାଦେଶ ଜାରି କରିଛି । ଏଣିକି ଜୋରଦାର୍ ହେବ ଗୁଟୁଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ । ବିଏମସି ସାଧାରଣ ବରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ଓମଫେଡ୍ ବୁଥ୍ ଏବଂ ଭେଣ୍ଡିଂ ଜୋନ୍ ଗୁଡ଼ିକରେ ଗୁଟଖା ବିକୁଥିଲେ ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ। ଏପରିକି ଯଦି କୌଣସି ଏଜେନ୍ସି ଗୁଟଖା ସଂପର୍କିତ ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜୋରିମାନା ଆଦାୟ ପାଇଁ ନିଷ୍ପତ୍ତି ନେଇଛି ବିଏମସି ।
Tags:




