୩ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦେଶ

୩ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦେଶ
Samaya Live News Picture
Published On

ଜୟପୁର : ୩ ଅଧିକାରୀଙ୍କୁ ରାଜ୍ୟ ପରିବହନ ନିଗମ ର ଛାଟ । କାର୍ଯ୍ୟରୁ ଅନ୍ତର ସହ ଦରମା ବନ୍ଦ ନିର୍ଦେଶ ଦେଲେ କୋରାପୁଟ ପରିବହନ ନିଗମ ଏମଡି । ପରବର୍ତ୍ତୀ କାର୍ଯ୍ୟରେ ଯୋଗ ଦେବା ଯାଏଁ ଦରମା ବନ୍ଦ କଲା ନିଗମ । କାର୍ଯ୍ୟରେ ଅବହେଳା ପାଇଁ ନିଗମ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି କୋରାପୁଟ, ଜୟପୁର ଜିଲ୍ଲା ପରିଚାଳକ ଈଶ୍ୱର ମହାପାତ୍ର , ଜ୍ୟୋତି ପ୍ରକାଶ ବେହେରା, ଅତିରିକ୍ତ ପରିଚାଳକ ଜୟପୁର, କୋରାପୁଟ ଏବଂ ପ୍ରିତିଶ କୁମାର ନାୟକ, ଅତିରିକ୍ତ ପରିଚାଳକ ସୁନ୍ଦରଗଡ଼ର ବୋଲି ଜଣାପଡିଛି। ଏହି ତିନି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳାର ଅଭିଯୋଗ ପାଇବା ପରେ ବିଭାଗୀୟ ତଦନ୍ତ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ ।

 

Tags: