ବନ୍ଧା ହେଲେ ରସିକିଆ ଅଧ୍ୟାପକ

ବନ୍ଧା ହେଲେ ରସିକିଆ ଅଧ୍ୟାପକ
Samaya Live News Picture
Published On

ଭୁବନେଶ୍ୱର : ରସିକିଆ ଅଧ୍ୟାପକଙ୍କ ପ୍ରେମ ନିଶା । ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗି ବନ୍ଧା ହେଲେ ଅଧ୍ୟାପକ । ଏଭଳି ଘଟଣା ଘଟିଛି ଭରତପୁର ଥାନା ଅଂଚଳରେ । ଖାଲି ସେତିକି ନୁହେଁ ପ୍ରଫେସର ଜଣକ ସାମାଜିକ ଗଣମାଧ୍ୟମରେ ଫେକ ଆକାଉଣ୍ଟ୍ ଖୋଲି ଛାତ୍ରୀଙ୍କ ଫଟୋ, ଭିଡିଓ ପ୍ରଘଟ କରିଦେବେ ବୋଲି ଛାତ୍ରୀଙ୍କୁ ଧମକ ମଧ୍ୟ ଦେଉଥିଲେ । ଅଭିଯୁକ୍ତ ପ୍ରଫେସର ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳିର ଅଜିତ କୁମାର ଗୁପ୍ତା । ସେ ଭରତପୁର ସ୍ଥିତ ଏକ ଘରୋଇ ଭେଟେନାରୀ କଲେଜ ର ଅଧ୍ୟାପକ ରହିଛନ୍ତି । ଅଜିତ ଛାତ୍ରୀକୁ ପାଠ ପଢ଼ା ଆଳରେ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି। 

ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଫେସର ତାଙ୍କୁ ଦୀର୍ଘ ଦିନ ଧରି ହଇରାଣ କରି ଆସୁଥିଲେ । ବାରମ୍ବାର ଛାତ୍ରୀଙ୍କୁ ପିଛା କରିବା ସହ ବ୍ୟକ୍ତିଗତ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଉଥିଲେ ଅଜିତ। ଏପରିକି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ସେ ଅନେକ ମେସେଜ୍ ମଧ୍ୟ ପଠାଇଥିଲେ । ଛାତ୍ରୀ ଜଣକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ଅଜିତ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏନେଇ ଛାତ୍ରୀ ଜଣଙ୍କୁ ଅଧ୍ୟାପକ ଅଜିତ ଗୁପ୍ତା ନାଁରେ ଅଭିଯୋଗ କରିଥିଲେ । ଘଟଣାର ଭରତପୁର ଥାନା ପୋଲିସ ତଦନ୍ତ କରି ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି । ଅଧ୍ୟାପକଙ୍କ ନାଁ ରେ କେସ ନମ୍ବର ୫୦୧ ରେ ବିଭିନ୍ନ ଅପରାଧିକ ଦଫାରେ କୋର୍ଟ ଚାଲାଣ କରାଯାଇଛି। ପିଡିତାଙ୍କ ଡାକ୍ତରି ମାଇନା ସହ ଡିଜିଟାଲ ଏଭିଡେନ୍ସ ଆଧାରରେ ତଦନ୍ତ କରୁଛି ପୋଲିସ ।

Tags: