ରୁଷ ୟୁକ୍ରେନ ଯୁଦ୍ଧ , ଡ୍ରୋନ୍ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରୁଷ ୟୁକ୍ରେନ ଯୁଦ୍ଧ , ଡ୍ରୋନ୍ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
Samaya Live News Picture
Published On

ଗଞ୍ଜାମ : ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ। ୟୁକ୍ରେନର ଡ୍ରୋନ୍ ମାଡ଼ରେ ଟଳିପଡ଼ିଲେ ଓଡ଼ିଆ ଯୁବକ। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ .ରାମାୟା। ପ୍ରାୟ ୧ମାସ ପୂର୍ବରୁ ରୁଷିଆର ଏକ କମ୍ପାନୀରେ ଯୋଗ ଦେଇଥିଲେ ରାମାୟା। ।  ଏନେଇ ରାମାୟାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସେଠାରେ କାମ କରୁଥିବା ପିତାତଳି ଗାଁ ର ଜଣେ ଯୁବକ । ଗଞ୍ଜାମ  ଜିଲ୍ଲାପାଳଙ୍କୁ ଭେଟି ମୃତଦେହ ଆଣିବାକୁ ଅନୁରୋଧ କରିଛନ୍ତି ରମାୟାଙ୍କ ପରିବାର ଲୋକ । ମୃତଦେହ ଆଣିବାକୁ ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ।

ସୂଚନାନୁସାରେ, ରବିବାର ଦିନ ୟୁକ୍ରେନ ଋଷ ଉପରେ ସବୁଠାରୁ ବଡ ଡ୍ରୋନ ଆକ୍ରମଣ କରିଥିବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଭାରତୀୟ ଶ୍ରମିକ ମଧ୍ୟ ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ଦୂତାବାସ କହିଛି।''ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ, ମସ୍କୋରେ ହୋଇଥିବା ଆକ୍ରମଣରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। 

 

 

Tags: